ହାଇକୋର୍ଟରେ ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ
ଭିଜିଲାନ୍ସ କୋର୍ଟ ଦ୍ବାରା ମହମ୍ମଦ ମୋକିମଙ୍କ ଦଣ୍ଡାଦେଶ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ମାମଲାରେ କଟକ-ବାରବାଟୀ ବିଧାୟକ ମୋକିମଙ୍କ ଆବେଦନ ଗୃହିତ ହୋଇଛି ।
କଟକ: ଭିଜିଲାନ୍ସ କୋର୍ଟ ଦ୍ବାରା ମହମ୍ମଦ ମୋକିମଙ୍କ ଦଣ୍ଡାଦେଶ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ମାମଲାରେ କଟକ-ବାରବାଟୀ ବିଧାୟକ ମୋକିମଙ୍କ ଆବେଦନ ଗୃହିତ ହୋଇଛି । ORHDC ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ତେବେ ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ୍ ।

ନିମ୍ନ ଅଦାଲତର ଜରିମାନା ଦଣ୍ଡାଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ମୋକିମଙ୍କ ଦଣ୍ଡାଦେଶ ଉପରେ ଭିଜିଲାନ୍ସ କୋର୍ଟରେ ଲିଖିତ ଆପତ୍ତି ଦାଖଲ କରିଛି । ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓ ଆରଏଚଡିସି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।
ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବରରେ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଖାଲି ସେତିକି ନୁହେଁ ମୋକିମ୍ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଏହି ଘଟଣାରେ କଂପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ । ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଲେଖାଏଁ ଜରିମାନା ଆଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ ।












Click it and Unblock the Notifications