ମନ୍ତ୍ରିମଣ୍ଡଳ ପାଇଁ ହରିୟାଣା ଗସ୍ତରୁ ଶୀଘ୍ର ଫେରି ଆସିଲେ ରାଜ୍ୟପାଳ !
ଭୁବନେଶ୍ବର: ଫେରିଲେ ରାଜ୍ୟପାଳ । କେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ? ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହରିୟାଣା ଗସ୍ତରୁ ଶୀଘ୍ର ଫେରି ଆସିଛନ୍ତି । ଆଜି ରାତି ୮ଟାରେ ରାଜ୍ୟପାଳ ଭୁବନେଶ୍ୱର ପହଞ୍ଚିଛନ୍ତି ।
ତେବେ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚରେ ହଠାତ ଏପରି ପରିବର୍ତ୍ତନ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କାରଣ ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା । ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସିଛନ୍ତି । ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ ଭିତରେ ପୁଣି ଥରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି ।

ସେପେଟ ଆସନ୍ତାକାଲି ପୁରୀରେ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜ୍ୟପାଳ । ଏହାରି ଭିତରେ ଦୁବାଇ ଯାଇଥିବା କିଛି ନେତା ଆଜି ଭୁବନେଶ୍ୱର ଫେରୁଥିବା ସୂଚନା ମିଳିଛି । ତେଣୁ ଯେକୌଣସି ମୂହୁର୍ତ୍ତରେ ରାଜନୈତିକ ହଟ୍ଟଚମଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଉଲ୍ଲେଖଥାଉ କି, ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ଏହାପରେ ମନ୍ତ୍ରିମଣ୍ଡଳ ଅଦବଦଳ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ବହୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କାହାକୁ ମନ୍ତ୍ରୀପଦ ମିଳିବ,ତାହା ସ୍ପଷ୍ଟ ହୋଇନି । କିଏ ବାଚସ୍ପତି ହେବେ ତାହା ବି ସ୍ପଷ୍ଟ ହୋଇନି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications