ସକାଳେ ଛାଡିଥିଲେ ବିଜେଡି, ଅପରାହ୍ଣରେ ଧରିଲେ ପଦ୍ମ

ପୂର୍ବତନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଭୁବନେଶ୍ୱର: ସକାଳେ ଛାଡିଥିଲେ ବିଜେଡି । ପୂର୍ବତନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

Tejeshwar Parida

ଆଜି ସକାଳେ ସେ ମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ପ୍ରତ ଦେଇଥିଲେ । ପରେ ଅପରାହ୍ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପି ରାଷ୍ଟ୍ରିୟ ଅଧକ୍ଷ ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ବେଳେ ତେଜେଶ୍ୱର ବିଜେଡି ଛାଡ଼ି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ତେଣୁ ଏହା ତାଙ୍କ ରାଜନୈତିକ କ୍ୟାରିଅରକୁ ଅଧିକ ମାଇଲେଜ ଦେବା ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ତେଜେଶ୍ୱରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ବିଜେଡିରୁ ଇସ୍ତଫା ଦେଇ ତେଜେଶ୍ୱର ଲେଖିଛନ୍ତି, ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବେ ସୁଯୋଗ ଦେଉଥିବାରୁ ଧନ୍ୟବାଦ । ନିର୍ବାଚନ ମାନିଫେଷ୍ଟୋ କମିଟି ସଦସ୍ୟ ଓ ୨୦୧୯ ନିର୍ବାଚନର ଦଳର ଷ୍ଟାର କ୍ୟାମ୍ପେନର କରିଥିବାରୁ ତେଜେଶ୍ୱର ନବୀନଙ୍କୁ ଇସ୍ତଫା ପତ୍ରରେ କୃତଜ୍ଞତା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+