For Quick Alerts
Turn On Notification  
For Daily Alerts
Oneindia App Download

ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅ, BRS ରେ ଦେବେ ଯୋଗ !

ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ ।

|
Giridhar Gamang

କୋରାପୁଟ: ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ । ଉଭୟ ବାପପୁଅ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ ।

ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ରେ ସେମାନେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସୂଚନ‌ା ରହିଛି । ଆସନ୍ତା ୨୭ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ । ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ସେହିଦିନ ବିଆର୍‌ଏସ୍‌ରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ଏନେଇ ଗିରିଧର ଗମାଙ୍ଗ କହିଛନ୍ତି, 'ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉ ଥିଲା । ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନଡ଼ାକିଲେ ଯାଉନଥିଲି । କିଛି ଦିନ ହେଲା ଡାକିଲେ ଯିବି, ନଡ଼ାକିଲେ ଯିବିନି ନୀତିରେ ଚାଲିଥିଲି।'

ସେପଟେ ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି । ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଟିକଟ ଦେବା ନେଇ ପ୍ଲାନ୍ କରୁଛି। ଓଡ଼ିଶାରେ ଦଳ ଜୋରଦାର ପ୍ରଚାର କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Former Chief Minister Giridhar Gamang and his son left BJP
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X