ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୁଅ, BRS ରେ ଦେବେ ଯୋଗ !
ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ ।

କୋରାପୁଟ: ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ । ଉଭୟ ବାପପୁଅ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ ।
ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ରେ ସେମାନେ ଯୋଗ ଦେବାକୁ ଯାଉଛନ୍ତି ବୋଲି ସୂଚନା ରହିଛି । ଆସନ୍ତା ୨୭ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍ଏସ୍ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ । ସେହିପରି ୪୦ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ସେହିଦିନ ବିଆର୍ଏସ୍ରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ଏନେଇ ଗିରିଧର ଗମାଙ୍ଗ କହିଛନ୍ତି, 'ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉ ଥିଲା । ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନଡ଼ାକିଲେ ଯାଉନଥିଲି । କିଛି ଦିନ ହେଲା ଡାକିଲେ ଯିବି, ନଡ଼ାକିଲେ ଯିବିନି ନୀତିରେ ଚାଲିଥିଲି।'
ସେପଟେ ଓଡ଼ିଶାର ବଳ ଗୋଟାଉଛି ଭାରତ ରାଷ୍ଟ୍ର ସମିତି । ସବୁ ନିର୍ବାଚନ ମଣ୍ଡଳୀରେ ଦଳ ଟିକଟ ଦେବା ନେଇ ପ୍ଲାନ୍ କରୁଛି। ଓଡ଼ିଶାରେ ଦଳ ଜୋରଦାର ପ୍ରଚାର କରିବ ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications