ଓଡ଼ିଶାରେ ହେବ ବିଜେପି ସରକାର, ଭବିଷ୍ୟବାଣୀ କଲେ ଶାହ
ଓଡ଼ିଶାରେ ହେବ ବିଜେପି ସରକାର। ରାଜ୍ୟରେ ଆମ ସରକାର ହେବାକୁ ଯାଉଛି। ସେହିଭଳି ନରେନ୍ଦ୍ର ମୋଦି 2024ରେ ଦୁଇ ତୃତୀୟାଂଶ ବହୁମତ ଭୋଟ୍ରେ ଜିତିବେ ନେଇ ଭବିଷ୍ୟବାଣୀ କରିଛନ୍ତି ଶାହ।
ଭୁବନେଶ୍ବର: ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଆଜି ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ଭୁବନେଶ୍ୱରରେ ଆୟୋଜିତ ମୋଦି@୨୦-ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣ ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ଏହି ଉତ୍ସବରେ ଶାହ କହିଛନ୍ତି, ଓଡ଼ିଶାରେ ହେବ ବିଜେପି ସରକାର। ରାଜ୍ୟରେ ଆମ ସରକାର ହେବାକୁ ଯାଉଛି। ସେହିଭଳି ନରେନ୍ଦ୍ର ମୋଦି 2024ରେ ଦୁଇ ତୃତୀୟାଂଶ ବହୁମତ ଭୋଟ୍ରେ ଜିତିବେ ନେଇ ଭବିଷ୍ୟବାଣୀ କରିଛନ୍ତି ଶାହ।

ଶାହଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଜି ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ଼ ରହିଥିଲା । ତେଣୁ ଅମିତ ଶାହା ମନ୍ଦିର ପ୍ରବେଶ ବେଳେ କାଉଡିଆ ଓ ସାଧାରଣ ଲୋକଙ୍କ ପାଇଁ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।












Click it and Unblock the Notifications