ପୋଲ ନିର୍ମାଣ ଦାବି ନେଇ ଶକ୍ତି ମନ୍ତ୍ରୀଙ୍କୁ ଘେରିଲେ ଲୋକେ, ପ୍ରତାପ ଦେବ କହିଲେ…

କେନ୍ଦ୍ରାପଡା: ମନ୍ତ୍ରୀ କରି ପାରିବେନି, କିନ୍ତ କରି ପାରିବେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ । କିଏ ସେହି ମୁଖ୍ୟମନ୍ତ୍ରୀ ପାଖ ଲୋକ ? ନିଜ ନିର୍ବାଚନୀ ମଣ୍ଡଳୀ ଲୋକଙ୍କ ଦାବି ଶୁଣିବା ସମୟରେ ଯାହାଙ୍କ ଇସାରା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ବାସ୍ତବରେ ଏକମାଣିଆରୁ ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗୁରୁବାର ସକାଳେ ଏକ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ଡଙ୍ଗା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ମୃତ ନାବାଳକ ହେଲେ ଦଶମ ଶ୍ରେଣୀର ଛାତ୍ର ଦେବେନ୍ଦ୍ର ବେହେରା । ସେପଟେ ୪ ଜଣଙ୍କୁ ଉଦ୍ଧାର କରିଥିବା ଡଙ୍ଗା ଚାଳକ ସୁଦର୍ଶନ ସ୍ୱାଇଁଙ୍କ ଏଯାଏଁ ପତ୍ତା ମିଳିନାହିଁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Pratap Keshari Dev

ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରତିବାଦ କରିବା ସହ ଯୁବକଙ୍କ ମୃତଦେହକୁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ । ବ୍ରାହ୍ମଣୀ ନଦୀ ଉପରେ ତୁରନ୍ତ ଏକ ପୋଲ ନିର୍ମାଣ କରାଯାଉ ବୋଲି ସେମାନେ ଦାବି କରିଥିଲେ । ତେବେ ଶକ୍ତିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ କେଶରୀ ଦେବ ଘଟଣାସ୍ଥଳକୁ ଯାଇ ସମବେଦନା ଜଣାଇଥିଲେ।

ଏହି ସମୟରେ ପୋଲ ପ୍ରତିଶ୍ରୁତି ଦାବି କରି ପ୍ରତାପଙ୍କୁ ଘେରିଥିଲେ ଗ୍ରାମବାସୀ। ଫଳରେ ଦୀର୍ଘ ସମୟ ଧରି ଶହ ଶହ ଲୋକଙ୍କ ଭିଡ ଭିତରେ ଅଟକି ରହିଥିଲେ ପ୍ରତାପ । ଲୋକଙ୍କର ଗୋଟିଏ ଦାବି ପୋଲ ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବା ଯାଏଁ ମନ୍ତ୍ରୀଙ୍କୁ ଛାଡିବୁନି କି ମୃତଦେହର ଅନ୍ତିମ ସଂସ୍କାର କରିବୁନି ବୋଲି କହିଥିଲେ । ଏଥିସହିତ ପୋଲ ନିର୍ମାଣ ନେଇ ପ୍ରଶ୍ନ ପଚାରିଥିଲେ ଲୋକେ ।

ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ ଯାହା କହିଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ କହିଥିଲେ ଯେ, କାଲି ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କେରେଡ଼ାଗଡ଼କୁ ଆସୁଛନ୍ତି । ମୁଁ ଅଭୟଙ୍କୁ କହିଛି, ଗାଁ ଲୋକଙ୍କ ସହିତ ଯାଇ ତାଙ୍କୁ ଦରଖାସ୍ତ ଦେଇଦେବ ।" ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, ମନ୍ତ୍ରୀଙ୍କ ଠାରୁ କଣ ପାୱାର ଫୁଲ୍ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ? ନିଜ ଅଞ୍ଚଳର ସେତୁ ଖଣ୍ଡିକ ପାଇଁ ହାତ ଟେକିଦେଲା ଭଳି ମନ୍ତ୍ରୀ ପ୍ରତାପ ଦେବଙ୍କ ପରାମର୍ଶ କାହିଁକି ? ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କ'ଣ ଏତେ ପ୍ରଭାବଶାଳୀ ଯେ, ତାଙ୍କ ଆଗରେ ଅସହାୟ ମନ୍ତ୍ରୀ ?

ସୂଚନାଥାଉକି, ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ତେବେ ଏହି ପୋଲଟି ଏଯାଏଁ ସମ୍ପୂର୍ଣ୍ଣ ହୋଇପାରି ନଥିବା ବେଳେ ଏହି ବିଳମ୍ବରେ ଅନେକ ଜୀବନ ମଧ୍ୟ ଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+