ନିର୍ବାଚନ ପୂର୍ବରୁ ଦଳ ଡିଆଁ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଜୋର ଧରିଲା ଦଳ ଡିଆଁ ଚର୍ଚ୍ଚା । କେଉଁ ଦଳ ସହିତ କିଏ ଲିଙ୍କରେ ଅଛନ୍ତି, ତାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି ।
କାରଣ ନିକଟରେ ବିଜେଡିର ୧୧୭ ବିଧାୟକ ବିଜେପି ଯୋଗାଯୋଗରେ ଥିବା କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ।

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ଆରମ୍ଭ ହୁଏ । ୨୦୧୯ ନିର୍ବାଚନ ପୂର୍ବରୁ ଏପରି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପରିଣାମ କ'ଣ ହେଲା, ତାହା ସମସ୍ତେ ଜାଣନ୍ତି । ଏବେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆମର କିଛି ବିଧାୟକ ବିଜେପି ଲିଙ୍କରେ ଅଛନ୍ତି ।
ଅନ୍ୟପଟେ, ରାଜ୍ୟରେ ପାୱାର କଟ୍ ହେଉନି ବୋଲି ପୁଣିଥରେ କହିଛନ୍ତି ଶକ୍ତି ମନ୍ତ୍ରୀ। ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି କହିଲେ ମନ୍ତ୍ରୀ। ଏବେ ଯେଉଁ କିଛି ସ୍ଥାନରେ ୨/୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି। କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ଯାନ୍ତ୍ରିକ ତ୍ରୁଟି, ପାୱାର କଟ୍ ନୁହେଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।












Click it and Unblock the Notifications