ପ୍ରଣବ ପ୍ରକାଶ ଦାସଙ୍କ ମା'ଆଙ୍କୁ ବିଜେଡି ଟିକେଟ୍
Jajpur Politics: ଆଜି ବିଜେଡି ଶେଷ ପ୍ରାର୍ଥୀ ତାଲିକା ଜାରି କରିଛି, ଯେଉଁଥିରେ ଦଳ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କୋରେଇ, ଖଣ୍ତପଡ଼ା ଏବଂ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କୋରେଇରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତୀକ ମହାଲୋ ସରଗରମ ହୋଇଛି । କାରଣ ଏଥର ଦଳ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ୍ ଦେଇଛି ।

ପୂର୍ବରୁ ଏହି ଆସନ ପାଇଁ ବିଧାୟକ ଅଶୋତ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଣବ ପ୍ରକାଶଙ୍କ ଭାଇ ଭବପ୍ରଦାସ ଦାସଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଦଳ ସନ୍ଧ୍ୟାରାଣୀଙ୍କୁ ଟିକେଟ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ଖଣ୍ତପଡ଼ାରୁ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇଛି । ଦେବଗଡ଼ରୁ ରୋମାଂଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡି ।












Click it and Unblock the Notifications