କୋଭିଡ ସ୍ଥିତିରେ ପଞ୍ଚାୟତ ନିର୍ବାଚନ : ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଡାକିଲେ ଗୁରୁତ୍ବପୂର୍ଣ ବୈଠକ
ଭୁବନେଶ୍ୱର : ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ହଟାତ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସରକାରଙ୍କୁ ଚିନ୍ତାରେ ପକାଇଛି। କୋଭିଡ୍ ସଂକ୍ରମଣରେ ହଠାତ୍ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ କି ନହିଁ ସେନେଇ ଆଶଙ୍କା ପ୍ରକାଶ ପାଇଛି । ଆଜି ଓଡିଶା ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ଯ ପ୍ରସାଦ ପାଢୀ ଏସମ୍ପର୍କରେ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ଓଡିଶା ନିର୍ବାଚନ କମିଶନର ଡ଼ାକିଥିବା ଏହି ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏବଂ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜ କୁମାର ଶର୍ମା ଆଲୋଚନା କରିଛନ୍ତି । ଅଧିକାରୀମାନେ ନିର୍ବାଚନ କମିଶନରଙ୍କୁ ରାଜ୍ୟରେ କୋଭିଡ ସଂକ୍ରମଣ ଜନିତ ସ୍ଥିତି ସମ୍ପର୍କରେ ସବିଶେଷ ଅବଗତ କରାଇଥିଲେ। ନିର୍ବାଚନ ହେଲେ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।
ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ, ନିର୍ବାଚନ ପ୍ରଚାର ସମୟରେ ଭିଡ ନିୟନ୍ତ୍ରଣ ଇତ୍ୟାଦି ଏହି ବୈଠକରେ ଆଲୋଚନା ହୋଇଥିଲା। ନିର୍ବାଚନ ପ୍ରଚାରରେ ଭିଡ ନିୟନ୍ତ୍ରଣ କିପରି ହେବ ସେନେଇ ଅଧିକ ବିସ୍ତାର ଭାବରେ ଆଲୋଚନା ହୋଇଥିଲା।












Click it and Unblock the Notifications