Get Updates
Get notified of breaking news, exclusive insights, and must-see stories!

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବାଦଳୀୟ ବୈଠକ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ପଞ୍ଚାୟତ ନିର୍ବାଚନ-୨୦୨୨ରେ ନିର୍ଭୁଲ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ କମିଶନର ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ପରାମର୍ଶ ଓ ସହଯୋଗ ଲୋଡ଼ିଥିଲ ।

ପଂଚାୟତ ନିର୍ବାଚନ

ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା

ଆଜିର ବୈଠକରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଅବଧି, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟଗ୍ରହଣ ଅବଧି, ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା ।
ଚଳିତ ସାଧାରଣ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ଗ୍ରାମ ପଞ୍ଚାୟତ ପୁନର୍ଗଠନ କାର୍ଯ୍ୟ ନକରିବା ପାଇଁ ସ୍ଥିର ହୋଇଛିା ପୂର୍ବଥର ପରି ପ୍ରତ୍ୟେକ ଓ୍ୱାର୍ଡ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର କରାଯିବା ଏହି ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକ ଯେପରି ସରକାରୀ/ଅର୍ଦ୍ଧସରକାରୀ ଅନୁଷ୍ଠାନରେ ହେବ ସେଥିପ୍ରତି ଜିଲ୍ଲାପାଳମାନେ ଦୃଷ୍ଟି ଦେବୋ ଏ ସଂକ୍ରାନ୍ତରେ କମିଶନ ପ୍ରତ୍ୟେକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ତଥା ସଠିକ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଥିଲା । ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ସ୍ଥାନ ଦେବା ନେଇ ବୈଠକରେ ଆଲୋଚନା ହୋଇଥିଲାା କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖ ସୁଦ୍ଧା ଯେଉଁ ପୁରୁଷ ଓ ମହିଳାଙ୍କ ବୟସ ୧୮ ବର୍ଷ ହୋଇଥିବ । ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ରହିବା ଏଥି ପାଇଁ ୦୧/୧୧/୨୦୨୧କୁ ଯୋଗ୍ୟତା ତାରିଖ ରୂପେ ରଖିବା ଉପରେ ବୈଠକରେ ଆଲୋଚନା କରାଯିବା ସହ ରାଜନୈତିକ ଦଳମାନଙ୍କ ମତ ଲୋଡ଼ା ଯାଇଥିଲାା ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କିମ୍ବା କୌଣସି
ସଂଶୋଧନ କରିବାକୁ ହେଲେ ଫର୍ମ ୧୬ ବ୍ୟବହାର କରି ଆବେଦନକାରୀ ଆବେଦନ କରିପାରିବ । ସେହିପରି କୌଣସି ଭୋଟରଙ୍କ ନାମରେ ଆପତ୍ତି ଥିଲେ ଫର୍ମ ୧୭ରେ ନିଜର ଆପତ୍ତି ଜଣାଇ ହେବା ଗ୍ରହଣ ହୋଇଥିବା ସମସ୍ତ ୧୬ ଏବଂ ୧୭ ଫର୍ମ ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସରଙ୍କ ଦ୍ୱାରା ତଦନ୍ତ କରି ଫଇସଲା ହେବା ସଂଶୋଧନ ସହିତ ଚିଠା ଭୋଟର ତାଲିକା ୪-୫ ଦିନ ପାଇଁ ପ୍ରକାଶନ ହେବା କୌଣସି ବ୍ୟକ୍ତି ଇଲେକ୍ଟୋରାଲ୍ ରେଜିଷ୍ଟ୍ରସନ୍ ଅଫିସରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଅସନ୍ତୁଷ୍ଟ ହେଲେ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଦରଖାସ୍ତ ଦେବୋ ବ୍ଲକ୍ ଉନ୍ନୟନ ଅଧିକାରୀ ପୁନଃତଦନ୍ତ କରି ଫଇସଲା କରିବେ ଏବଂ
ଆବଶ୍ୟକ ସ୍ଥଳେ ଭୋଟର ତାଲିକାରେ ସଂଶୋଧନ କରିବୋ ସମସ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଭୋଟଗ୍ରହଣ ସମୟ ବିଷୟରେ ହେଲା ଆଲୋଚନା

ବର୍ତ୍ତମାନ ଭୋଟଗ୍ରହଣ ସମୟ ସକାଳ ୭ ଘଟିକାଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିଛିା ଚଳିତ ସାଧାରଣ ନିର୍ବାଚନରେ ଭୋଟ ଗଣତି ଭୋଟଗ୍ରହଣ କେନ୍ଦ୍ରରେ ନହୋଇ ବ୍ଲକ୍ ମୁଖ୍ୟାଳୟରେ ହେଉଥିବାରୁ ଭୋଟ ଗ୍ରହଣ ଅବଧି ବୃଦ୍ଧି କରିବା ନେଇ କମିଶନ ରାଜନୈତିକ ଦଳମାନଙ୍କଠାରୁ ମତାମତ ଲୋଡ଼ିଥିଲେ । ବୈଠକର ନିର୍ବାଚନୀ ଖର୍ଚ୍ଚ ଓ ଯାନବାହନ ବ୍ୟବହାର ନେଇ ବୈଠକରେ ଆଲୋଚନା ହୋଇଥିଲାା ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯାନ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛିା ଏଥିରେ ଜିଲ୍ଲା
ପରିଷଦ ସଭ୍ୟ ନିର୍ବଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଏବଂ ୨ ଗୋଟି ଚାରିଚକିଆ ଏବଂ ୪ଟି ଦୁଇଚକିଆ ଯାନ
ବ୍ୟବହାର କରିପାରିବ ।

ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚମାନଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ୮୦ ହଜାର
ଟଙ୍କା ରହିଥିବାବେଳେ ଗୋଟିଏ ଚାରିଚକିଆ ଏବଂ ଦୁଇଟି ଦୁଇଚକିଆ ଯାନ ବ୍ୟବହାର କରିପାରିବୋ ଆଜି ବୈଠକରେ ବଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବୃଦ୍ଧି କରିବା ଉପରେ କମିଶନଙ୍କୁ ପ୍ରସ୍ତାବ ଦେଇଥିଲୋ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଚଳିତ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନୂଆ ଭାବେ ଭୋଟ ପରିଚୟ ପତ୍ର ନମ୍ବର ରହିବା ନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ କଳାଟଙ୍କାର ଅପବ୍ୟବହାର ରୋକିବା ପାଇଁ ନିର୍ବାଚନର କିଛି ଦିନ ପୂର୍ବରୁ ମଦକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳମାନେ କମିଶନଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ରାଜନୈତିକ ଦଳମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତାବକୁ ରାଜ୍ୟ ନିର୍ବାଚନ କମିଶନ ଶୁଣିବା ସହ ପରବର୍ତ୍ତୀ ସମୟରେ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+