ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଆଚରଣ ବିଧି, ଖୁବ ଶୀଘ୍ର ଘୋଷଣା ହୋଇପାରେ ତାରିଖ
ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ। ଗତକାଲି ଅର୍ଥାତ ୧୮ ଡିସେମ୍ବର ଶନିବାର ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଆଦର୍ଶ ଆଚରଣ ବିଧି ସମ୍ବନ୍ଧିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ଦିନ ଠାରୁ ଏହି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ ବୋଲି ନିର୍ବାଚନ କମିଶନ ନିର୍ଦେଶ ଜାରି କରିଛନ୍ତି।

ଆଚରଣ ବିଧି ଲାଗୁ ହେଲେ ରାଜ୍ୟରେ ସଭା ସମିତି, କାର୍ଯ୍ୟକ୍ରମ, ପ୍ରଚାର ପ୍ରସାର, ଭୋଟ ପ୍ରାର୍ଥନା ଇତ୍ୟାଦି ସମ୍ବନ୍ଧରେ ଏହି ଆଚରଣ ବିଧିରେ ଉଲ୍ଲିଖିତ ରହିଛି। ସେହିପରି ରାଜନୈତିକ ଅପରାଧ, ଭୋଟ ଗ୍ରହଣ ଅଞ୍ଚଳ ଓ ଭୋଟ ଗ୍ରହଣ ଦିବସରେ କଣ କଣ କରାଯିବ ଓ କେଉଁ ଭଳି କାର୍ଯ୍ୟକ୍ରମ ଓ ଆଚରଣ ଦ୍ଵାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେବ ସେ ସମ୍ପର୍କରେ ଏହି ବିଜ୍ଞପ୍ତିରେ ସୁଚିତ କରାଯାଇଛି।












Click it and Unblock the Notifications