ରାଜ୍ୟରେ ୯ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ଖାଲି ୨୬୧୫ ପଜିଟିଭ୍

ଆଜି ୮୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ହୁ ହୁ ହୋଇ ବଢିବାରେ ଲାଗିଛି ରାଜ୍ୟରେ ଦୈନିକ ସଂକ୍ରମଣ । ଆଜି ୮୭୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି ।

odisha corona cases

ତେବେ ଆଜି କେବଳ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୨୫୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ସମ୍ବଲପୁରରୁ ୫୯୬, ମୟୂରଭଞ୍ଜରୁ ୩୩୮, ପୁରୀରୁ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୭, ବାଲେଶ୍ୱରରୁ ୨୩୧, ବରଗଡ଼ରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୪୪, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୯୫,କୋରାପୁଟରୁ ୧୬୧, ମାଲକାନଗିରିରୁ ୧୨, ନବରଙ୍ଗପୁରରୁ ୧୧୨, ନୂଆପଡ଼ାରୁ ୬୭, ରାୟଗଡ଼ାରୁ ୬୫, ସମ୍ବଲପୁରରୁ ୫୯୬, ସୋନପୁରରୁ ୮୭, ଷ୍ଟେଟପୁଲରୁ ୫୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୯୧ ହଜାର ୫୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୭ ହଜାର ୭୮୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୫ହଜାର ୨୪୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କେବଳ ଜାନୁଆରି ମାସର ୧୨ଦିନରେ ଚିହ୍ନଟ ହେଲେଣି ୩୬୭୧୪ ସଂକ୍ରମିତ । ଗତକାଲି ତୁଳନାରେ ୧୭୦୭ ମାମଲା ବୃଦ୍ଧି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+