ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ : ବନ୍ଦରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଅହ୍ୱାନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଆସନ୍ତା ଡିସେମ୍ବର 8 ତାରିଖରେ କୃଷକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା କଂଗ୍ରେସ ।
ଭୁବନେଶ୍ୱର : ଆସନ୍ତା ଡିସେମ୍ବର 8 ତାରିଖରେ କୃଷକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା କଂଗ୍ରେସ । ସମର୍ଥନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି । ଚାଷୀମାନେ ଆମର ଅନ୍ନଦାତା, ଅର୍ଥନୀତିର ମେରୁଦଣ୍ଡ । ନୂଆ କୃଷି ଆଇନକୁ ଚାଷୀଙ୍କ ବିରୋଧ କରିବା ଯଥାର୍ଥ । ତେଣୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ବନ୍ଦ ସଫଳ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ।

ସେପଟେ ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଞ୍ଚମ ବୈଠକ ବସିବ । ପୂର୍ବରୁ ଚାରିଟି ବୈଠକରେ କୌଣସି ସମାଧାନ ବାହିର ପାରିନଥିବା ବେଳେ ଚାଷୀ ତାଙ୍କ ଜିଦରେ ଅଟଳ ଅଛନ୍ତି । ଏହାକୁ ଆହୁରି ଜୋରଦାର୍ କରିବା ପାଇଁ ଡିସେମ୍ବର 8 ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ଏଥିପାଇଁ ସମସ୍ତ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ ଏବଂ ଦିଲ୍ଲୀକୁ ଆସୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।












Click it and Unblock the Notifications