ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ, ସ୍ପଷ୍ଟ କଲେ ନରସିଂହ ମିଶ୍ର
ଶ୍ରୀମତି ମୁର୍ମୁଙ୍କୁ କଂଗ୍ରେସ ଦେବ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଭୁବନେଶ୍ୱର: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ ପରେ ପ୍ରତିକ୍ରିୟା ରଖିଛି ରାଜ୍ୟ କଂଗ୍ରେସ । ଶ୍ରୀମତି ମୁର୍ମୁଙ୍କୁ କଂଗ୍ରେସ ଦେବ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ସେ କହିଛନ୍ତି, ଦ୍ରୌପଦୀ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ତାଙ୍କୁ ଜଣେ, ଆମ ସମ୍ପର୍କବି ବହୁତ ଭଲ । ସେ ଯେହେତୁ ବିଜେପିର ନୀତି ଆଉ ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନାହିଁ । ତାଙ୍କ ପ୍ରାଥିତ୍ୱ ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ଜଣଙ୍କୁ ଛିଡା କରି ଅନ୍ୟଜଣଙ୍କୁ ସମର୍ଥନ କରୁବା ଠିକ୍ କଥା ନୁହେଁ ।
ଏଥି ସହିତ ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଆମନ୍ତ୍ରଣକୁ ନରସିଂହ ମିଶ୍ର କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କ ଓଡିଆ ପ୍ରୀତି ଅଛି ବୋଲି କହୁଛନ୍ତି, ତେବେ ଜଣେ ଅଣ ଓଡିଆଙ୍କୁ ରାଜ୍ୟସଭାକୁ ପଠାଇଲେ କାହିଁକି । ରାଜ୍ୟରେ କଣ ଓଡିଆ ପ୍ରାର୍ଥୀ ନଥିଲେ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
ସେପଟେ ବିଜେଡି ବିଜେପି କଥା ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କନୁନଗୋ । ମୋତେ ଲାଗୁଛି ବିଜେଡି , ବିଜେପି କଥା ହୋଇ ବୋଧହୁଏ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିଛନ୍ତି । ଓଡ଼ିଶାବାସୀ କ'ଣ ପାଇବେ , ନପାଇବେ ଜାଣିନାହିଁ କିନ୍ତୁ ଗର୍ବ ନିହାତି କରିବେ । ସମଦୂରତା ଶବ୍ଦ କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା । କେବଳ ନିଜ ଦଳର ସମର୍ଥନ ଦେଇନାହାନ୍ତି, ବରଂ ଓଡ଼ିଶା ବିଧାନସଭାରେ ସବୁ ଦଳର ସଭ୍ୟମାନେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ଟ୍ବିଟ୍ କରି ଏହି ନିବେଦନ କରିଥିଲେ ।












Click it and Unblock the Notifications