Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ: କିଏ ହେବେ ନୂଆ ମନ୍ତ୍ରୀ ? ଆରମ୍ଭ ହେଲା ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ । ଲୋକସେବା ଭବନର କନଭେନସନ ସେଣ୍ଟରରେ ସକାଳ ୯.୩୦ରେ ଶପଥ ଉତ୍ସବ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ପାଠ କରାଇବେ । ଆଜି ହରିୟାଣା ଗସ୍ତ ସାରି ଓଡିଶା ଫେରୁଛନ୍ତି ରାଜ୍ୟପାଳ ।

ତେବେ କାହାକୁ ମିଳିବ ନୂଆ ମନ୍ତ୍ରୀ ପଦ । କାହାର ବିଭାଗ ବଦଳିବ । କେଉଁ କେଉଁ ମନ୍ତ୍ରୀ ଶପଥ ନେବେ । ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାର ମନ୍ତ୍ରୀମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ଦେଇଥିଲେ ଇସ୍ତଫା ।

Odisha Cabinet Reshuffle

ତେବେ ରାଜ୍ୟପାଳ ଛୁଟିରେ ଥିବାରୁ ମନ୍ତ୍ରୀମଣ୍ଡଳ ପୁର୍ନଗଠନରେ ବିଳମ୍ୱ ହୋଇଥିଲା । ଏବେ ଗଣେଶୀଲାଲ ଆଜି ଭୁବନେଶ୍ୱର ଆସୁଥିବାରୁ ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବ । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବୋଲି କୁହାଯାଉଛି । ତେବେ କିଏ କିଏ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ଦୀପାଳି ଦାସ , ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ପୁରୀ ଜିଲ୍ଲାରୁ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ନାଁକୁ ନେଇ ବି ପାୱାର କରିଡରେ ଚର୍ଚ୍ଚା ହେଉଛି । ଏସବୁ ବାହାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

ତେବେ ସବୁଠାରୁ ଯାହାଙ୍କ ନାମ ବେଶୀ ଚର୍ଚ୍ଚା ହେଉଛି ସେ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ନିର୍ବାଚନ ଫଳାଫଳରେ ବିପୁଳ ବିଜୟ ହାସଲ କରିବା ପରେ ବିଧାୟିକା ଭାବେ ଶପଥ ନେଇଛନ୍ତି ଦୀପାଳି । ଦୀପାଳିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ନେଇ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ସେଥିପାଇଁ ନବୀନ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏପରି ଇସ୍ତଫା କରାଇଛନ୍ତି ବୋଲି କୁହାଯାଉଛି । ତେବେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ମଧ୍ୟ ଦୀପାଳିଙ୍କୁ ମନ୍ତ୍ରୀ ପଦ ଦେବା ନବୀନ ନୂଆ ଷ୍ଟ୍ରେଟେଜି ବୋଲି କୁହାଯାଉଛି । ଅନ୍ୟପଟେ ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଦୀପାଳିଙ୍କୁ ବି ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି ।

ସୂଚନାଥାଉ କି, ଗତବର୍ଷ ଜୁନ ମାସ ଶେଷ ଥର ପାଇଁ ନବୀନ ତାଙ୍କର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିଥିଲେ । ସେ ସମୟରେ ନବୀନଙ୍କ କ୍ୟାବିନେଟରେ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+