ଜଗା ଦର୍ଶନ ପରେ ଦାୟିତ୍ୱ ନେଉଛନ୍ତି ଜଣେ ଜଣେ ମନ୍ତ୍ରୀ
ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପରି କିଛି ନୂଆ ମନ୍ତ୍ରୀମାନେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । କିଛି ମନ୍ତ୍ରୀ ନିଜ ବିଭାଗ ସମୀକ୍ଷା ବୈଠକ ମଧ୍ୟ ଡାକିଛନ୍ତି ।
ଭୁବନେଶ୍ୱର: ନବୀନଙ୍କ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାସହ ନିଜ ବିଭାଗ ସଠିକ ଭାବେ ପରିଚାଳନା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେହିପରି କିଛି ନୂଆ ମନ୍ତ୍ରୀମାନେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । କିଛି ମନ୍ତ୍ରୀ ନିଜ ବିଭାଗ ସମୀକ୍ଷା ବୈଠକ ମଧ୍ୟ ଡାକିଛନ୍ତି । ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ଏହାକୁ କିପରି ସୂଚାରୁ ଭାବେ ତୁଲାଇବେ, ତା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ସେପଟେ ଗତକାଲି ନବୀନଙ୍କ ନୂଆ ଟିମ୍ ଗଠନ ହୋଇଛି । ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୨୧ ମନ୍ତ୍ରୀ ଶପଥ ନେବା ପରେ ବିଭାଗ ବଣ୍ଟନ ବି ହୋଇଛି । ଏହାପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ନୂଆ ମନ୍ତ୍ରୀଙ୍କୁ 6Tର ମନ୍ତ୍ର ଦେଇଛନ୍ତି ନବୀନ । ଆଗର ୫T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ ଟି- TOUR ।












Click it and Unblock the Notifications