ନବୀନ ନିବାସରେ ନୂଆ ମନ୍ତ୍ରୀ, 6T ର ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ
ନବୀନ ନିବାସରେ ନୂଆ ମନ୍ତ୍ରୀ । ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ ।
ଭୁବନେଶ୍ୱର: ନବୀନ ନିବାସରେ ନୂଆ ମନ୍ତ୍ରୀ । ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ ।

ଏହି ନୂଆ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିସ୍ୱାର୍ଥପର ଭାବେ ନିଷ୍ଠାର ସହିତ ଲୋକଙ୍କ ସେବା କରିବାକୁ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୋଟ ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା । ଆଜି ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶପଥ ପାଠ ପରେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି ।
ତେବେ ଏହି ସାକ୍ଷାତକାର ସମୟରେ ସେମାନଙ୍କୁ 6Tର ମନ୍ତ୍ର ଦେଇଛନ୍ତି ନବୀନ । ପୂର୍ବର 5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR । ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଓ ତାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications