ଫୋକସରେ ୨୦୨୪ ନିର୍ବାଚନ: ବାଦ୍ ପଡିଥିବା ମନ୍ତ୍ରୀଙ୍କୁ ବୁଝାଇଲେ ନବୀନ
ନବୀନ ନିବାସରେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀ । ନବୀନ ନିବାସରୁ ଡାକରା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଏହି ପୂର୍ବତନ ମନ୍ତ୍ରୀମାନେ ।
ଭୁବନେଶ୍ୱର: ନବୀନ ନିବାସରେ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଥିବା ମନ୍ତ୍ରୀ । ନବୀନ ନିବାସରୁ ଡାକରା ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ଏହି ପୂର୍ବତନ ମନ୍ତ୍ରୀମାନେ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ଅରୁଣ ସାହୁଙ୍କ ପରି ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆଉ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।

ଗତକାଲି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିବା ବେଳେ ୧୦ ଜଣ ମନ୍ତ୍ରୀ ବାଦ୍ ପଡିଥିଲେ । ତେବେ ଏହି ବାଦ ପଡିଥିବ ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ବିଜେଡର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁଦ କରିବା ପାଇଁ ସେମାନେ କାମ କରିବେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ଏବେଠାରୁ ପ୍ରସ୍ତୁତ ହେବ । ନୂଆ ଲୋକଙ୍କୁ ନିଗମ ଦାୟିତ୍ୱ ଦିଆଯିବ ।
ଦୁଇ ଚାରି ଦିନ ଭିତରେ ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି । କୋଭିଡ୍ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଆଶ୍ୱାସନା ଦେଇ ବିଦାୟୀ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ପ୍ରଦର୍ଶନ ଆଧାରରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇନାହିଁ ।
ଉଲ୍ଲେଖଥାଉ କି, ନବୀନଙ୍କ ନୂଆ ଟିମରୁ ବାଦ୍ ପଡ଼ିଛନ୍ତି ୧୦ ମନ୍ତ୍ରୀ । ପୂର୍ବରୁ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରହିଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଦ୍ ପଡ଼ିଛନ୍ତି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବାଦ୍ ପଡ଼ିଛନ୍ତି । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ବାଦ୍ ପଡ଼ିଛନ୍ତି । ଅନ୍ୟପଟେ ଗତକାଲି ଶପଥ ନେଇଛନ୍ତି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଟ୍ ୨୧ ମନ୍ତ୍ରୀ ନେଇଛନ୍ତି ଶପଥ । ସେଥିରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି ।












Click it and Unblock the Notifications