ମନ୍ତ୍ରୀମଣ୍ଡଳ ନବକଳେବର: ନବୀନଙ୍କ ନୂଆ ଟିମରେ 5 ମହିଳା ଚେହେରା
ଏଥର ନୂଆ ଟିମରେ 5 ମହିଳା ଚେହେରାଙ୍କୁ ସାମିଲ କରିଛନ୍ତି ସୁପ୍ରିମୋ ନବୀନ । ରାଜନୀତିରେ ମହିଳା କାର୍ଡ ଖେଳୁଥିବା ବିଜେଡି ମନ୍ତ୍ରିମଣ୍ଡଳ ତାଲିକାରେ ବି ମହିଳାଙ୍କୁ ଫୋକସରେ ରଖିଛି । 21 ମନ୍ତ୍ରୀଙ୍କ ମଧ୍ୟରେ 5 ଜଣ ମହିଳା ଚେହେରା ସାମିଲ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ ନବକଳେବର । ନୂଆ ଟିମ୍ ଗଢିଲେ ନବୀନ । ରବିବାର ଦିନ 11.45 ମିନିଟରେ ଶପଥ ଗ୍ରହଣ କରିବେ ସମସ୍ତ 21 ମନ୍ତ୍ରୀ । ତେବେ ଏଥର ନୂଆ ଟିମରେ 5 ମହିଳା ଚେହେରାଙ୍କୁ ସାମିଲ କରିଛନ୍ତି ସୁପ୍ରିମୋ ନବୀନ ।

ରାଜନୀତିରେ ମହିଳା କାର୍ଡ ଖେଳୁଥିବା ବିଜେଡି ମନ୍ତ୍ରିମଣ୍ଡଳ ତାଲିକାରେ ବି ମହିଳାଙ୍କୁ ଫୋକସରେ ରଖିଛି । 21 ମନ୍ତ୍ରୀଙ୍କ ମଧ୍ୟରେ 5 ଜଣ ମହିଳା ଚେହେରା ସାମିଲ ହୋଇଛନ୍ତି । ଯେଉଁଠି 3 ଜଣ କ୍ୟାବିଟେନ୍ ପାହ୍ୟା ଏବଂ 2 ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟା ମିଳିଛି ବୋଲି ତାଲିକାରେ ପ୍ରକାଶ ପାଇଛି । ତେବେ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ୍ ପାହ୍ୟା ମିଳୁଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କ ନାଁ ପ୍ରକାଶ ପାଇଛି ।
ନୂଆ ମନ୍ତ୍ରୀମଣ୍ଡଳର ସମ୍ପୂର୍ଣ୍ଣ ତାଲିକା-
କ୍ୟାବିନେଟ ମନ୍ତ୍ରୀ-
- ନିରଞ୍ଜନ ପୂଜାରୀ
- ରଣେନ୍ଦ୍ର ପ୍ରତାପ ସ୍ଵାଇଁ
- ପ୍ରମିଳା ମଲ୍ଲିକ
- ଉଷା ଦେବୀ
- ପ୍ରଫୁଲ୍ଲ ମଲ୍ଲିକ
- ପ୍ରତାପ କେଶରୀ ଦେବ
- ଅତନୁ ସବ୍ୟସାଚୀ ନାୟକ
- ପ୍ରଦୀପ ଅମାତ
- ନବ କିଶୋର ଦାସ
- ଅଶୋକ ପଣ୍ଡା
- ଟୁକୁନି ସାହୁ
- ରାଜେନ୍ଦ୍ର ଢୋଲକିଆ
- ଜଗନ୍ନାଥ ସାରକା
ରାଷ୍ଟ୍ରମନ୍ତ୍ରୀ-
- ସମୀର ରଞ୍ଜନ ଦାସ
- ଅଶ୍ଵିନୀ କୁମାର ପାତ୍ର
- ପ୍ରୀତିରଞ୍ଜନ ଘଡାଇ
- ଶ୍ରୀକାନ୍ତ ସାହୁ
- ତୁଷାରକାନ୍ତି ବେହେରା
- ରୋହିତ ପୂଜାରୀ
- ରୀତା ସାହୁ
- ବାସନ୍ତୀ ହେମ୍ରମ












Click it and Unblock the Notifications