Get Updates
Get notified of breaking news, exclusive insights, and must-see stories!

ଉପନିର୍ବାଚନ : ନବୀନଙ୍କୁ ଶ୍ରେୟ ଦେଲା ବିଜେଡି, ପରାଜୟ ସ୍ୱିକାର କଲା ବିଜେପି, କଂଗ୍ରେସ କହିଲା..

ନିର୍ବାଚନ ସରିବା ପରେ ଆଜି ବିଜେଡି, ବିଜେପି ଓ କଂଗ୍ରେସ ତାର ପ୍ରତିକ୍ରିୟା ଗଣମାଧ୍ୟମ ଜରିଆରେ ରଖିଛି

ଭୁବନେଶ୍ୱର : ଓଡିଶାରେ ହୋଇଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରି ନେଇଛି ବିଜୁ ଜନତା ଦଳ (ବିଜେଡି) । ଦୁଇଟି ବିଧାନସଭା ନିର୍ବାଚନରେ ବିଜେଡିର ସ୍ୱରୂପ ଦାଶ ବାଲେଶ୍ୱରର ସଦରରୁ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାଶ ନିର୍ବାଚନ ଜିତି ଯାଇଛନ୍ତି । ଏହି ଦୁଇଟି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଦିନ ଠାରୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତିଆରୋପ ଦେଖିବାକୁ ମିଳିଥିଲା । ବାଲେଶ୍ୱର ସଦରରେ ବିଜେପି ପାର୍ଥୀ ଜିତି ଥିବାରୁ ଓ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ଏହି ଭୋଟ୍ ବିଜେପି ପଟକୁ ଯିବ ବୋଲି କୁହାଯାଉଥିଲା । ହେଲେ ସମସ୍ତ ଅଙ୍କକୁ ଭୁଲ ପ୍ରମାଣିତ କରିଛି ବିଜେଡି ।

ବିଜେଡି ବିଜେପି କଂଗ୍ରେସ

ଦୁଇଟି ବିଧାନସଭା କ୍ଷେତ୍ରରେ ପ୍ରଚାର ପାଇଁ ବିଜେଡି ଓ ବିଜେପିର ତୁଙ୍ଗ ନେତା ତୁହାକୁ ତୁହା ଗସ୍ତ କରିଥିଲେ । ତେବେ ନିର୍ବାଚନ ସରିବା ପରେ ଆଜି ବିଜେଡି, ବିଜେପି ଓ କଂଗ୍ରେସ ତାର ପ୍ରତିକ୍ରିୟା ଗଣମାଧ୍ୟମ ଜରିଆରେ ରଖିଛି ।
ନିର୍ବାଚନରେ ବିଜେଡିର ବିଜୟ ପାଇଁ ଦଳ ନବୀନ ପଟ୍ଟନାୟଙ୍କୁ ଶ୍ରେୟ ଦେଇଛି । ନବୀନଙ୍କ ଜନସମର୍ଥନ ଅତୁଟ ରହିଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେହିପରି ବିଜେପି ଉଭୟ ଆସନରେ ପରାଜୟକୁ ସ୍ୱିକାର କରିଛି । ବିଜେପିର ରାଜ୍ୟ ସଭାପତି କହିଛନ୍ତି ଜନମତକୁ ନମ୍ରତାର ସହ ସ୍ୱିକାର କରୁଛି । ବିଜେପି ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢିଥିଲା । ତେବେ ଏହି ନିର୍ବାଚନରେ ଗୋଟିଏ ସଙ୍କେତ ମିଳିଛି । ଆଗକୁ ରାଜ୍ୟରେ ଦ୍ୱିପାକ୍ଷିକ ଲଢେଇ ହେବ । କଣ ପାଇଁ ନିର୍ବାଚନ ହାରିଲୁ ତାହା ଆଭ୍ୟନ୍ତରୀୟ ବ୍ୟାପାର ଏନେଇ ସମୀକ୍ଷା ହେବ ବୋଲି କହିଛନ୍ତି ସମୀର ମହାନ୍ତି ।
ଅପରପକ୍ଷରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଦଳ ହାରିଥିବା ସେ କହିଛନ୍ତି । କଂଗ୍ରେସ ନେତାମାନେ ବାଲେଶ୍ୱରରେ ଠିକ୍ ଭାବରେ ପ୍ରଚାର କଲେନି, ଉପର ଠାଉରିଆ ଭାବରେ ପ୍ରଚାର କଲେ ବୋଲି କହିଛନ୍ତି ସୁର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+