ସଫଳ ହୋଇଛି ଓଡିଶା ବିଜନେସ୍ ମିଟ୍, କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ: ପ୍ରତାପ ଦେବ
ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ବିଜନେସ୍ ମିଟକୁ ବଡ଼ ସଫଳତା ମିଳିଛି । କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୁଡ଼ରେ ଶିଳ୍ପାୟନ ଆଗେଇବ । ଜାପାନ ଓଡ଼ିଶାର ବିଜିନେସ ପାଟନର୍ । ମେଟାଲ ଶିଳ୍ପକୁ ଫୋକସ କରାଯାଇଛି । ୩୦ ନିୟୁତ ମେଟ୍ରିକ୍ ଟନ୍ ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ଉତ୍ପାଦନ କରିବ । ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ।

ଓଡ଼ିଶାରେ ୩୦ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ହେବ । ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି । ଜାପାନ ଓଡ଼ିଶାରେ ଜାହାଜ ପରିଚାଳନା ହବ୍ କରିବାକୁ ଆଗ୍ରହ ପ୍ରକାଶ କରିଛି । ଖୁବଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସି କ୍ଷେତ୍ର ପରିଦର୍ଶନ କରିବେ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।












Click it and Unblock the Notifications