Get Updates
Get notified of breaking news, exclusive insights, and must-see stories!

ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ଦୁର୍ବଭାଗ୍ୟଜନକ କଥା

ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା ଦୁର୍ବଭାଗ୍ୟଜନକ କଥା

ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣ ନେଇ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତି । ଓଡିଶାକୁ ବାହାର ରାଜ୍ୟ ଶୋଷଣ କରୁଛନ୍ତି । ସରକାର ନିରବ ଅଛନ୍ତି । ମହାନଦୀ ପାଣି, ବାଲି, ଘର-ବାଡି ସବୁ ନେଇଗଲେ । ଶେଷରେ ଓଡ଼ିଶାରେ ପଶି ଆନ୍ଧ୍ର ନିର୍ବାଚନ କଲା । ନବୀନ ବାବୁଙ୍କର ଓ କେନ୍ଦ୍ର ସରକାରଙ୍କ କୌଣସି ଦାଇତ୍ୱ ନାହିଁ । ଆଜି ନବୀବ ବାବୁ ନୀରବ ଅଛନ୍ତି । ଦିଲ୍ଲୀରୁ ପଲ୍ଲୀ ଯାଏଁ ଚାଷୀ ଆଜି ତ୍ରାହୀ ତ୍ରାହୀ ଡାକୁଛନ୍ତି । ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି । ନରେନ୍ଦ୍ର ମୋଦୀ ସରକାର ଯେଉଁ ବିଲ୍ ଆଣିଛନ୍ତି ତାକୁ ନବୀନ ବାବୁ ସମର୍ଥନ କରିଛନ୍ତି ବୋଲି ଗଣମାଧ୍ୟମକୁ ନିଜ ବିବୃତି ଦେଇ କହିଛନ୍ତି ତାରା ବାହିନୀପତି । ସେହିପରି ଧାନ, କାଳିଆ ଯୋଜନାକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାରା ।

ତାରାପ୍ରସାଦ ବାହିନୀପତି

ସେ କହିଛନ୍ତି, 'ଯେଉଁ ଚାଷୀମାନଙ୍କ ପାଇଁ କାଳିଆ ଯୋଜନା କରିଛ କଣ ଦେଇଛ ? ଧାନ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତାର ଧାନ ପଡିଛି । କେନ୍ଦ୍ର ସରକାରଙ୍କର ଦାଇତ୍ତ୍ୱ ଅଛି ସେ ବି ନିରବ । ବିଜେଡି ଓ ବିଜେପି ମିଲି ଭଗତ୍ ।' ସାରା ରାଜ୍ୟରେ ଯୁବକମାନଙ୍କ ପାଇଁ ଓଡ଼ିଶାରେ ଚାକିରି ନାହିଁ । ଯୁବକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟପାଳ ଯେଉଁ ଅଭିଭାଷଣ ପଢୁଛନ୍ତି ତାହା ଏକ ଦୁର୍ବଭାଗ୍ୟଜନକ କଥା । ସେଥିପାଇଁ ମହାମହିନ ରାଜ୍ୟପାଳଙ୍କୁ ଆମେ ନିବେଦନ କଲୁ ଆପଣ ପଢା ବନ୍ଦ କରନ୍ତୁ, ଚାଲି ଯାଆନ୍ତୁ । ଆପଣ ଜଣେ ଭଦ୍ରଲୋକ ଅପମାନିତ ହେବେ ବୋଲି କହିଛନ୍ତି ତାରା । ଶେଷରେ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ତାରା । ରାଜ୍ୟ ଆଜି ଦୋ ଛକରି । ଏଠାରେ ମହିଳା ସୁରକ୍ଷିତ ନାହିଁ । ନବଜାତ ଶିଶୁ ସୁରକ୍ଷିତ ନାହିଁ, ଛୋଟ ଝିଅ ସୁରକ୍ଷିତ ନାହିଁ, ନାବାଳିକା ହତ୍ୟା, ଚାଷୀ, ଏସଏଚଜି ଗ୍ରୁପ୍ ଆନ୍ଦୋଳନ କରୁଛନ୍ତି, ଶିକ୍ଷକ ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସରକାର କାହାକୁ ସୁରକ୍ଷା ଦେଇ ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ତାରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+