For Quick Alerts
Turn On Notification  
For Daily Alerts
Oneindia App Download

ବଜେଟ୍ ଅଧିବେଶନ ଆରମ୍ଭ : ଅଭିଭାଷଣ ଦେଲେ ରାଜ୍ୟପାଳ

ଆଜି ଠାରୁ ଆରମ୍ଭ ହୋଉଛି 2021-22ର ବଜେଟ୍ ଅଧିବେଶନ ।

|

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଉଛି 2021-22ର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ଗଣେଷୀ ଲାଲ୍ । ଗୃହରେ ପହଞ୍ଚିବା ପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ବାହାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ଗୃହ ଭିତରେ ଅଭିଭାଷଣ ଦେଇଥିଲେ ରାଜ୍ୟପାଳ ଗଣେଷୀ ଲାଲ୍ ।
ଷୋଡଶ ଓଡ଼ିଶା ବିଧାନସଭାର ଅଧିବେଶନକୁ ସ୍ୱାଗତ ଜଣାଇ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଥିବା କହିଥିଲେ ରାଜ୍ୟପାଳ ।

ଓଡ଼ିଶା ବିଧାନସଭା

ଏହି ଅବସରରେ ପବିତ୍ର ଗୃହର ସମସ୍ତ ମାନ୍ୟବର ସଦସ୍ୟବୃନ୍ଦ ଓ ଓଡିଶାବାସୀହ୍କୁ ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣ ପୂର୍ବରୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ରାଜ୍ୟର ବରିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ରାଜ୍ୟପାଳ ।
କଠୋର ତାଲାବନ୍ଦ ଜୀବନ ଜୀବିକାକୁ ପ୍ରଭାବିତ କରିବା ନେଇ ସରକାର ସଚେତନ ଥିଲେ । ଆଗୁଆ ଭତ୍ତା ବଣ୍ଟନ, ଖାଦ୍ୟ ସାମଗ୍ରୀ, ଯୋଗାଣ, ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କଲେ । କିଲୋ ପିଛା 1 ଟଙ୍କା ଦରରେ 1.36 ଲକ୍ଷ ମେଟ୍ରିକ ଟନ ଚାଉଳ ଯୋଗାଇ ଦେଇଛନ୍ତି ସରକାର । ସଂକ୍ରମଣ ଦେଖା ଦେବା ମାତ୍ରେ ଏହାକୁ ଦୃଢତାର ସହ ମୁକାବିଲା କଲେ ରାଜ୍ୟ ସରକାର ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget 2021 in Assembly Governor Welcome Speech
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X