କ୍ରୀଡାବିତଙ୍କ ପାଇଁ କେନ୍ଦ୍ର କୋଟି କାଟି ଟଙ୍କା ଦେଉଥିଲେ ବି ରାଜ୍ୟରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି: ଅଭିଳାଷ ପଣ୍ଡା

ବାଲେଶ୍ୱର: କ୍ରୀଡାବିତଙ୍କ ପାଇଁ କେନ୍ଦ୍ର କୋଟି କାଟି ଟଙ୍କା ଦେଉଥିଲେ ବି ରାଜ୍ୟରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି ବୋଲି କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା । ସେ କହିଛନ୍ତି ଯେ, ଟୋକିଓ ଅଲମ୍ପିକ୍ସରେ ୭ଟି ପଦକ ଯାହା ୨୦୧୪ପୂର୍ବରୁ ମୋଟ ୩ ଗୁଣରୁ ଅଧିକ । ୨୦୨୨ରେ କମନୱେଲଥ ଗେମ୍ସରେ ୬୧ଟି ପଦକ ଏବଂ ୨୦୧୬ରେ ପାରାଲିମ୍ପିକରେ ରେକର୍ଡ । ଏସିୟ କ୍ରୀଡା ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ୨୨୦କୋଟି ଟଙ୍କା ଆବଟଂନ କରିଛନ୍ତି ।

ବାଲେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୧୪୨ ବିଦେଶର ମିଶନ ଏବଂ ୭୧ଟି ରାଜ୍ୟ ଶିବିରକୁ ସମର୍ଥନ କରିଥିଲେ ମୋଦିଜୀ । ଯାହା ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନକୁ ବଢ଼ାଇ ଦେଇଥିଲା ଏବଂ ୨୧ଶହରୁ ଅଧିକ ଖେଳାଳି ଉପକୃତ ହୋଇଥିଲେ । ଏହି ସଫଳତା ଦେଶର କ୍ରୀଡା ପରିବର୍ତନର ଏକ ପ୍ରମାଣ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।

avilash_panda

ବାଲେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାର କ୍ରୀଡାବିତଙ୍କ ପାଇଁ ବାର୍ଷିକ ବ୍ୟୟବରାଦ ୧୧ପ୍ରତିଶତ ଅଧିକ କରି ୩୦୬୨.୩୦ରୁ ୩୩୯୭.୩୨କଲା ପରେ ମଧ୍ୟ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ଦୟନୀୟ ସ୍ଥିତି ଦେଖିବାକୁ ମିଳୁଥିବାରୁ ବିଜେପି ଯୁବମୋର୍ଚ୍ଚା ଦୃଢ଼ ନିନ୍ଦା କରିଛି । ରାଜ୍ୟ ସରକାର ବିଭିନ୍ନ ବିଭାଗର ଦୁର୍ନୀତିର ପାହାଡ ଉପରେ ବସିଛନ୍ତି । ରାଜ୍ୟ ସରକାର ପ୍ରତିବର୍ଷ ରାଜ୍ୟ ରାଜକୋଷରୁ ୨୫ଶହ କୋଟି ଟଙ୍କା ବ୍ୟୟ କରୁଥିବା ସ୍ୱତେ ରାଜ୍ୟର କ୍ରୀଡା ବିଭାଗର ହଷ୍ଟେଲ, ପ୍ରଶିକ୍ଷଣ କ୍ୟାମ୍ପ, କ୍ରୀଡାବିତ୍‌ମାନଙ୍କ ସ୍ତିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି କଣ ପାଇଁ? ରାଜ୍ୟ ସରକାରଙ୍କ କେବଳ ହକିରେ ୧୦୯୮ କୋଟି ବ୍ୟୟ କରୁଛନ୍ତି ମାତ୍ର ୧୫ମାସରେ ରାଉରକେଲା ହକି ଷ୍ଟାଡିୟମ କରି ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଏଭଳି ଦୁର୍ନିତି କରିଲା ଯେ, ମାତ୍ର ୪ମାସ ମଧ୍ୟରେ ଧ୍ୟାନଚାନ୍ଦ ପ୍ରତିମୂର୍ତି ଭାଙ୍ଗିବା ଘଟଣା ଆମ ରାଜ୍ୟକୁ ଜାତୀୟସ୍ତରରେ ନିନ୍ଦିତ କରିଛି ।
ରାଜ୍ୟ ସରକାର କ୍ରୀଡା ବିଭାଗରେ ୨୫ଶହ କୋଟି ବ୍ୟୟ କରିବା ପରେ ମଧ୍ୟ ଆଜିବି ସବୁ ଜିଲ୍ଲାରେ କ୍ରୀଡା ହଷ୍ଟେଲ ନାହିଁ ମାତ୍ର ୧୫ଟି ଜିଲ୍ଲାରେ ୧୬ଟି ହଷ୍ଟେଲ ରାଜ୍ୟରେ କ୍ରୀଡାବିତ୍‌ଙ୍କ ପାଇଁ ଉପଲବ୍ଧ ଅଛି ।

ଭାରତ ଇତିହାସରେ "ଏସିଆନ ଗେମ୍ସ ୨୦୨୩"ରେ ଏକ ଇତିହାସ ସୃଷ୍ଟି କରିଛି । ମୋଟ ୧୦୭ପଦକରୁ ଭାରତ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୋପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଦେଶ ଆମ ଖେଳାଳିଙ୍କ ପାଇଁ ଗର୍ବିତ । ଭାରତୀୟ ଆଥଲେଟଙ୍କର ଅପାର ଶକ୍ତି ଅଛି, ଯେଉଁମାନେ ସଠିକ ସମର୍ଥନ ସହ କ୍ରୀଡାମାଧ୍ୟମରେ ବିଶ୍ୱସ୍ତରରେ ଭାରତର ପରିଚୟ ପଂହଚାଇ ପାରିବେ । ୨୦୧୪ଏସିଆନ ଗେମ୍ସରେ ଭାରତ ୫୭ପଦକ ଜିତିଥିଲେ ।
ମୋଦିଜୀ ପାଇଁ ଭାରତର କ୍ରୀଡାରେ ଅନେକ ପରିବର୍ତନ ଆସିଛି । ମୋଦିଜୀଙ୍କ ଶାସନ ପୂର୍ବରୁ କ୍ରୀଡାରେ ସଫଳତା ହାସଲ କରିବା ଅସମ୍ଭବ ମନେହେଉଥିଲା କିନ୍ତୁ ଏବେ ଖେଳାଳୀଙ୍କୁ ସ୍ୱଳ୍ପ ସମ୍ବଳ, ସୀମିତ ପାଣ୍ଠି, ପର୍ଯ୍ୟାପ୍ତ ତାଲିମ, ସ୍ୱଳ୍ପ ଆର୍ôଥକ ପୁରସ୍କାର, ଦୁର୍ନୀତି ଏବଂ ପରିବାରବାଦ ଭଳି ବହୁତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଭାରତ ସରକାର ବର୍ତମାନ ଅଲମ୍ପିକ୍ସରେ ଖେଳାଳୀଙ୍କ ବିଦେଶର ଏକ୍ସପୋଜ୍‌ର, ରାଷ୍ଟ୍ରିୟ ଶିବିର, ଉତର ପ୍ରଶିକ୍ଷଣ ଏବଂ ସହାୟକ କର୍ମଚାରୀଙ୍କ ଇତ୍ୟାଦିରେ ୪୫୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମନ୍ତ୍ରାଳୟ ଦ୍ୱାରା ଟପ ଖେଳାଳୀଙ୍କ ପାଇଁ ୪୫କୋଟି ଟଙ୍କା ମୂଲ୍ୟର ୩୫୦ରୁ ଅଧିକ ପ୍ରସ୍ତାବଗୁଡିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଶିକ୍ଷଣକୁ ପ୍ରୋତ୍ସାହନ କରିବା ପାଇଁ ଏକ ଅନୁଦାନ ସ୍ୱରୂପ ୫୦ହଜାର ଟଙ୍କାର ରିହାତି ସହିତ ପ୍ରଶିକ୍ଷଣ ଏବଂ ଅନ୍ୟ ସହାୟତା ପ୍ରଦାନ କରାଯାଏ ।

ତାଲିମ ପାଇଁ ୨.୫କୋଟିରୁ ୭କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଏ । ମହିଳା ଖେଳାଳିଙ୍କ ସଫଳତା ଏବଂ ସାମର୍ଥକୁ ପ୍ରୋତ୍ସାହନ କରି କ୍ରୀଡାବିତ୍‌ମାନେ ଭାରତର ତୃଣମୂଳ ସ୍ତରରେ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଅନ୍ୟ ମହିଳାମାନଙ୍କୁ କ୍ରୀଡା ଚଳାଇବାକୁ ପ୍ରେରଣା ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+