ଆସନ୍ତାକାଲିଠୁ ବିଧାନସଭା ଆଗରେ ଆନ୍ଦୋଳନ କରିବ ବିଜେପି

ଅନ୍ନଦାତାଙ୍କ ସ୍ୱାର୍ଥରେ ଆସନ୍ତାକାଲିଠୁ ବିଧାନସଭା ଆଗରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ଅନ୍ନଦାତାଙ୍କ ସ୍ୱାର୍ଥରେ ଆସନ୍ତାକାଲିଠୁ ବିଧାନସଭା ଆଗରେ ଆନ୍ଦୋଳନ କରିବ ରାଜ୍ୟ ବିଜେପି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଖାସ୍‌ କରି ଧାନର ଅଭାବୀ ବିକ୍ରି, ଇନପୁଟ ସବସିଡି ଆଦି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେପି ।

Odisha BJP

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର ବୀମା କମ୍ପାନୀ ଚୟନ କରନ୍ତି, ଟେକ୍ନିକାଲ କମିଟି ମଧ୍ୟ ରାଜ୍ୟ ସ୍ତରୀୟ କମିଟି ସ୍ଥିର କରେ । ଇନ୍ସୁରାନ୍ସ କ୍ଲେମ ନେଇ ୧୮୯ଟି କେସରେ ଦ୍ୱନ୍ଦ୍ୱ ଦେଖାଗଲା । କିନ୍ତୁ ଯେଉଁ ତଥ୍ୟ ଦେବା କଥା ଟେକ୍ନିକାଲ କମିଟି ଆଗରେ ଉତ୍ତର ରଖିପାରିଲେ ନାହିଁ ରାଜ୍ୟ ସରକାର । ଚାଷୀଙ୍କୁ ବିମା ଟଙ୍କା ନଦେଇ ରାଜ୍ୟ ସରକାର ତାଙ୍କୁ ଭୁଆଁ ବୁଲାଉଥିବା ବିଜେପି କହିଛି । ତେବେ ଯେତେବେଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡ଼ିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ। ରାଜ୍ୟ ସରକାର ଯଦି ନ ଚେତିବେ, ତେବେ ବଡ଼ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ବିଜେପି ବିଧାନସଭା ସମ୍ମୁଖରେ ଧାରଣା ଦେବା ପ୍ରସଙ୍ଗରେ ବିଜେପିକୁ କଡ଼ା କାଉଣ୍ଟର କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଧାନସଭା ଘେରାଉ ପରିବର୍ତ୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି। ଚାଷୀ ପ୍ରସଙ୍ଗର ଏଠି ଧାରଣା ନ ଦେଇ ସାଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ। ଧାନ ସଂଗ୍ରହ,ଚାଉଳ ଉଠାଣ, ଏମଏସପି, ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି । ଶୀତକାଳୀନ ଅଧିବେଶନ ସମୟରେ ସଂସଦ ସାମ୍ନାରେ ଧାରଣା ଦିଆଗଲେ କେନ୍ଦ୍ର ସରକାର ଚେତିବେ ।

ଏହାସହ ସସ୍ମିତ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା। ଯଦି ବିଜେପି ବିଧାୟକ ମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ କୁଆଡେ ଗଲା ଏହି ପ୍ରସଙ୍ଗ। ସେ ପ୍ରଶ୍ନ ଓ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସାଂସଦ ସାମ୍ନାରେ ଧାରଣା ଦିଅନ୍ତୁ। ସରକାରକୁ ଆସିଲେ ଏମ ଏସ ପି ଦେଢ଼ ଗୁଣା କରିବାକୁ କହିଥିଲେ କୁଆଡେ ଗଲା । ଚାଷୀ ମାନେ ଜାଣିଗଲେଣି ବିଜେପି ଚିନ୍ତା ଧାରା ଚାଷୀ ବିରୋଧୀ। ପ୍ରତି ପ୍ରସଙ୍ଗରେ କୃଷି ବିରୋଧୀ ବିଜେପି। ବିଜେପିର ପ୍ରହେଳିକା ଚାଷୀ ବୁଝି ସାରିଲେଣି। ତେଣୁ ଦୋଷ ଘୋଡାଇବାକୁ ଏପରି ନାଟକ ବିଜେପି କରୁଛି ବୋଲି ସସ୍ମିତ କହିଛନ୍ତି ।

ସେହିପରି ଫସଲ ବୀମାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଭିତ୍ତିହୀନ ବୋଲି କହିଛନ୍ତି ସସ୍ମିତ । ସେ କହିଛନ୍ତି, ଏହି ଚିଠିରେ ଅର୍ଦ୍ଧସତ୍ୟ ଲେଖାଯାଇ ଚାଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି । ୨୯ ଅଗଷ୍ଟ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନେଇ କାହିଁକି ଉଲ୍ଲେଖ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ? ଚିଠି ପ୍ରସଙ୍ଗ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ତୋମାର ଉଲ୍ଲେଖ କରିନଥିଲେ କାରଣ, ଚିଠି ବାବଦରେ ଉଲ୍ଲେଖ ହୋଇଥିଲେ ସ୍ୱଷ୍ଟ ହୋଇ ଯାଇଥାନ୍ତା ଯେ, ମୁଖ୍ୟମନ୍ତ୍ରୀ ଚାପ ପକାଇବା କାରଣରୁ ଯେଉଁ ଫସଲବୀମା ଅର୍ଥ କେନ୍ଦ୍ର ଅଟକାଇ ରଖିଥିଲା, ଯାହାକୁ ବାଧ୍ୟ ହୋଇ ରିଲିଜ କଲା ବୋଲି ବୋଲି ସସ୍ମିତ ପାତ୍ର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+