For Quick Alerts
Turn On Notification  
For Daily Alerts
Oneindia App Download

ପରୀ ଗାଁରେ ବିଜେପି ପ୍ରତିନିଧି ଦଳ : ଓଡ଼ିଶା ଭବନ ଆଗରେ ବିଜେପିର ବିକ୍ଷୋଭ

ପୁରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯାଇଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ।

|

ବନେଶ୍ୱର : ପୁରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯାଇଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ । ବିଜେପିର ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ସମସ୍ତ ବିଧାୟକ ଯାଇ ପୀଡିତ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଏପରିକି ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରୀ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏଥିସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି ।

ବିଜେପି

ପରିସ୍ଥିତିକୁ ଦୃଷ୍ଚିରେ ରଖି ପରୀ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଅପରପକ୍ଷରେ ଦିଲ୍ଲୀରେ ଓଡ଼ିଶା ଭବନ ଆଗରେ ପରୀ ପାଇଁ ଆନ୍ଦୋଳନ ହୋଇଛି । ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ଓଡ଼ିଶା ଭବନ ଘେରାଉ କରିଛି । ଏହି ଆନ୍ଦୋଳନରେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଛନ୍ତି । ପରୀ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha BJP Team in Pari Village Jadupur Nayagarh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X