Get Updates
Get notified of breaking news, exclusive insights, and must-see stories!

ପରୀ ଗାଁରେ ବିଜେପି ପ୍ରତିନିଧି ଦଳ : ଓଡ଼ିଶା ଭବନ ଆଗରେ ବିଜେପିର ବିକ୍ଷୋଭ

ପୁରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯାଇଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ।

ବନେଶ୍ୱର : ପୁରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯାଇଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ । ବିଜେପିର ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ସମସ୍ତ ବିଧାୟକ ଯାଇ ପୀଡିତ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଏପରିକି ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପରୀ ମୃତଦେହ ମିଳିଥିବା ସ୍ଥାନକୁ ଯାଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏଥିସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି ।

ବିଜେପି

ପରିସ୍ଥିତିକୁ ଦୃଷ୍ଚିରେ ରଖି ପରୀ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଅପରପକ୍ଷରେ ଦିଲ୍ଲୀରେ ଓଡ଼ିଶା ଭବନ ଆଗରେ ପରୀ ପାଇଁ ଆନ୍ଦୋଳନ ହୋଇଛି । ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ଓଡ଼ିଶା ଭବନ ଘେରାଉ କରିଛି । ଏହି ଆନ୍ଦୋଳନରେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଛନ୍ତି । ପରୀ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+