For Quick Alerts
Turn On Notification  
For Daily Alerts
Oneindia App Download

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଜାରି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା । ଏଥିରେ ୫ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରମୁଖ ରହିଛନ୍ତି ।

|

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା । ଏଥିରେ ୫ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରମୁଖ ରହିଛନ୍ତି ।

BJP

୪୦ ଜଣିଆ ଏହି ଲିଷ୍ଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପ୍ରଭାରୀ ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓଙ୍କ ନାଁ ରହିଛି । ତା ସହିତ ରାଜ୍ୟ ବିଜେପିର ଏକାଧିକ ବିଧାୟକଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି । ବ୍ରଜରାଜନଗର ଉପନିର୍ବାଚନରେ ଏହି ସବୁ ନେତା ମୈଦାନକୁ ଓହ୍ଲାଇବେ । ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ।

BJP

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ହେବ । ଏଥର ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି , କଂଗ୍ରେସରୁ କିଶୋର ପଟେଲ୍‌ ଓ ବିଜେପିର ରାଧାରାଣୀ ପଣ୍ଡା ମୁହାଁମୁହିଁ ହେବେ । ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗରରେ ଉପ ନିର୍ବାଚନ ହେଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha BJP Released 40 Members of Star Campaigner list For Brajrajnagar By Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X