ପିଏମ୍ ମୋଦୀଙ୍କ ସହ ଓଡିଶା ସାଂସଦଙ୍କ ବ୍ରେକ୍ଫାଷ୍ଟ, କାନରେ ଫୁଙ୍କିଲେ ଗୁରୁମନ୍ତ୍ର
ଓଡ଼ିଶା ବିଜେପିର ଦିଲ୍ଲୀ ରାଜନୀତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପିର ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ୯ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।
ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ଦିଲ୍ଲୀ ରାଜନୀତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡ଼ିଶା ବିଜେପିର ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ୯ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ।

ସାଂସଦମାନଙ୍କ ଭୂମିକା କିଭଳି ହେବା କଥା, ଲୋକଙ୍କ ସହ କିଭଳି ସମ୍ପର୍କ ରଖିବେ। ଏହାସହ କେନ୍ଦ୍ର ସରକାରଙ୍କ 'ସବ୍କା ସାଥ ସବ୍କା ବିକାଶ' ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦ ମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ।
ମୋଦୀଙ୍କ ସହ ସାକ୍ଷାତ ପରେ ରାଜ୍ୟ ବିଜେପି ସାଂସଦ କହିଛନ୍ତି ସଙ୍ଗଠନକୁ ସଜାଡିବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ । ବ୍ରେକ୍ଫାଷ୍ଟରେ ସମସ୍ତେ ଏକାଠି ହେବା ପରେ ପ୍ରାୟ ଘଂଟାଏ ଧରି ରାଜ୍ୟ ବିଜେପିର ସାଂସଦଙ୍କ ସହ ଆଲେଚନା କରିଥିଲେ ପ୍ରଧାନମନ୍ତ୍ରୀ
ଏହି ଅବସରରେ କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।












Click it and Unblock the Notifications