ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆନ୍ଦୋଳନ କରୁଛି ବିଜେପି: ସେପଟେ ମହିଳା IICଙ୍କୁ ଧକ୍କା ମାରିଲେ ଜୟନାରାୟଣ
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରୁଛି ବିଜେପି । ଆଉ ଏହି ଆନ୍ଦୋଳନ ଭିତରେ ଜଣେ ମହିଳା ଆଇଆଇସିଙ୍କୁ ଧାକ୍କା ମାରିଛନ୍ତି ବିଜେପି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।

ସମ୍ବଲପୁର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରୁଛି ବିଜେପି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସ ପ୍ରଶାସନର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ହରତାଳ କରୁଛି ବିଜେପି । ଆଉ ଏହି ଆନ୍ଦୋଳନ ଭିତରେ ଜଣେ ମହିଳା ଆଇଆଇସିଙ୍କୁ ଧାକ୍କା ମାରିଛନ୍ତି ବିଜେପି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।
ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ ଜୟନାରାୟଣ ଧକ୍କା ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିତ୍ର ଦେଖିବାକୁ ମିଳିଛି । ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ଜୟନାରାୟଣ । ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି ।
ଧନୁପାଲି ଥାନା ଅଧିକାରୀଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। #JayNarayanMishra #Sambalpur #Odisha #AttackOnCopspic.twitter.com/VZf53evI1l
— Chiranjeev Mohanty (@Chiranjeev_2111) February 15, 2023
ଅନ୍ୟପଟେ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ଜୟନାରାୟରଣ କହିଛନ୍ତି, ଆମେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ଆଇନ ଅମାନ୍ୟ ଆନ୍ଦୋଳନରେ ସାଧାରଣ ଠେଲା ପେଲା ଚାଲେ । କିନ୍ତୁ ଧନୁପାଲ୍ଲୀ ଆଇଆଇସି ଜାଣିକରି ଆଗ ମୋତେ ଧକ୍କା ମାରିଲେ । ସେ ବହୁତ ଦୁର୍ନୀତି କାମରେ ସମ୍ପୃକ୍ତ । ତାଙ୍କୁ ପ୍ରଶ୍ନ କରିବାରୁ ସେ ଧକ୍କା ମାରୁଛନ୍ତି । ଯଦି ପୋଲିସ ବିରୋଧୀ ଦଳ ନେତାଙ୍କୁ ଧକ୍କା ମାରୁଛି ତାହା ହେଲେ ପୋଲିସର ଆଚରଣ କେମିତି ହୋଇଥାଇ ପାରେ ତାହା ଅନୁମାନ କରନ୍ତୁ ।
ସୂଚନାଥାଉ କି, ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ।












Click it and Unblock the Notifications