Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ ନୂଆ କୀର୍ତ୍ତିମାନ: ବିଜେପି ଓ କଂଗ୍ରେସର କଟାକ୍ଷ, ଜବାବ ରଖିଲା ବିଜେଡ଼ି

ଭୁବନେଶ୍ୱର: ଦେଶର ଦ୍ବିତୀୟ ଦୀର୍ଘତମ ମଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ନୂଆ କୀର୍ତ୍ତିମାନ ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନବୀନଙ୍କ ଏହି ନୂଆ ରେକର୍ଡକୁ କଟାକ୍ଷ କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ।

ତେବେ ଉଭୟ ବିରୋଧୀ ଉଭୟ କଂଗ୍ରେସ ଓ ବିଜେପି କଟାକ୍ଷର ଜବାବ ରଖିଛି ବିଜେଡ଼ି । ଜବାବ ରଖି ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଯେଉଁମାନେ ଲୋକମତକୁ ନ୍ୟୁନ କରିବାକୁ ଚାହୁଁଛନ୍ତି, ସେମାନେ ଅଗଣତାନ୍ତ୍ରିକ କାମ କରୁଛନ୍ତି ।

Odisha

ଉଲ୍ଲେଖଥାଉ କି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ୧୩୯ ଦିନ ଶାସନ ଜାରି ରଖି ଅପରାଜୟ ଅପ୍ରତିଦ୍ୱନ୍ଦି ଭାବେ ଦେଶର ଦ୍ବିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏ କ୍ଷେତ୍ରରେ ସେ ପଶ୍ଚିମବଙ୍ଗର ଦିବଂଗତ ମୁଖ୍ୟମତ ଜ୍ୟୋତି ବସୁଙ୍କୁ ପଛରେ ପକାଇଛନ୍ତି ନବୀନ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୭ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତା ଉପରେ ପ୍ରଶ୍ନ ଆଣି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା, ପହଞ୍ଚି ପାରିଛି କି ? ୨୩ ବର୍ଷରେ ଓଡ଼ିଶାର ସ୍ୱାସ୍ଥ୍ୟର ଭିତ୍ତିଭୂମି ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଜ୍ୟୋତି ବସୁ ରେକର୍ଡ କରିବା ପରେ ତାଙ୍କ ସରକାର ଭାଙ୍ଗିଥିଲା । ତେଣୁ ଜ୍ୟୋତି ବସୁଙ୍କ ରେକର୍ଡ ନବୀନ ଭାଙ୍ଗିବା ପରି ଓଡ଼ିଶାରେ ସରକାର ଭାଙ୍ଗିବ ବୋଲି ପିସିସି ସଭାପତି କହିଛନ୍ତି ।

ଅନ୍ୟପଟେ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରତିଶ୍ରୁତି ପାଳନ ନ କରିବାରେ ମଧ୍ୟ ନବୀନ ସରକାର ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ନିଜ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରି ନିଜକୁ ପ୍ରମାଣିତ କରନ୍ତି, କାର୍ଯ୍ୟରେ ନୁହେଁ । ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ଶାସନ କାଳରେ କିଛି ରେକର୍ଡ ସୃଷ୍ଟି ହୁଏ ଏବଂ ତାହା ହେଉଛି ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନ କରିବା ବୋଲି ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+