ଆସନ୍ତା କାଲି ଓଡିଶା ବନ୍ଦ, କଣ ରହିବ ଖୋଲା କଣ ରହିବ ବନ୍ଦ ଆସନ୍ତୁ ଜାଣିବା
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆସନ୍ତା କାଲି 6 ଘଣ୍ଟିଆ ଓଡିଶା ବନ୍ଦ ଡକରା ଦିଆ ଯାଇଛି। ତେବେ କଂଗ୍ରେସର ବନ୍ଦ ଡାକରାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବନି ବୋଲି କୋର୍ଟ କହିଛନ୍ତି ଦଳ ଚାହିଁଲେ ଶାନ୍ତିପୂର୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜୋର ଜବରଦସ୍ତ କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ । ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications