ବିଧାନସଭା ଆରମ୍ଭରୁ ତାତି: ଗେଟ୍ ଆଗରେ କଂଗ୍ରେସର ଧାରଣା
ଆଜି ପ୍ରଥମ ଦିନରେ ଉଠିଲାଣି ମମିତା ମେହେର ହତ୍ୟା ମାମଲା । ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ଧାରଣା ଦେଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭା ଗେଟ୍ ଆଗରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଗୃହ ହୁଲସ୍ତୁଲ ହେବ ପ୍ରଥମ ଦିନରୁ ଏହାର ଝଲକ ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ ଉଠିଲାଣି ମମିତା ମେହେର ହତ୍ୟା ମାମଲା । ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ଧାରଣା ଦେଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭା ଗେଟ୍ ଆଗରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ ।

ଏପରିକି ଗୃହ ଭିତରକୁ ମନ୍ତ୍ରୀଙ୍କୁ ପୂରାଇ ନେଦେବାକୁ ଏଭଳି ରାସ୍ତା ଆପଣାଇଥିବା କହିଛନ୍ତି କଂଗ୍ରେସ ବିଧାୟକ । କାରଣ ପବିତ୍ର ଗୃହକୁ ମନ୍ତ୍ରୀ ଦିବ୍ୟ ଶଙ୍କର ଆସିଲେ ଏହା ଅପବିତ୍ର ହୋଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହ ରାଜ୍ୟ ସରକାର ଓ ଦିବ୍ୟ ଶଙ୍କରଙ୍କ ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ । ତେବେ ଦୁଇଟି ଗେଟରୁ କଂଗ୍ରେସ ବିଧାୟକ ମାନେ ଉଠୁନଥିବା ବେଳେ ଅନ୍ୟ ଗେଟର ତାଲାକୁ ଭାଙ୍ଗିଛନ୍ତି ବିଧାନସଭା କର୍ମଚାରୀ ।
କଂଗ୍ରେସ ବିଧାୟକ ତାରା ବାହିନୀପତି, ସୁରେଶ ରାଉତରାୟ, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ଗେଟ୍ ଆଗରେ ଧାରଣା ଦେବା ସହ ତାଲା ପକାଇ ଦେଇଛି କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ପୂରାଇନଦେବାକୁ ଗେଟ୍ ଆଗରେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି ।
ଏସବୁ ଭିତରେ ଗୃହରେ ଆଜି ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ଆଗତ ହେବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତିରିକ୍ତ ବଜେଟର ପରିମାଣ ବଢାଯାଇଛି । ବିଶେଷ କରି ପାନୀୟ ଜଳ ଯୋଗାଣ, ପଞ୍ଚାୟତିରାଜ, ରାସ୍ତା ବାବଦକୁ ଅଧିକ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି ।
-
ପିଆଜ ଖାଇବା ଦ୍ୱାରା ମିଳିଥାଏ ଚମତ୍କାର ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର












Click it and Unblock the Notifications