ଥମୁନି 'ପରୀ' ତାତି, ଚାଲିପାରୁନି ବିଧାନସଭା : ଅପରାହ୍ନ 3ଟା ଯାଏଁ ଗୃହ ମୁଲତବି
ବିଧାନସଭାରେ ପରୀ ହତ୍ୟା ଘଟଣାକୁ ନେଇ ହୋହାଲ୍ଲା ଜାରି ରହିଛି ।
ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ଘଟଣାକୁ ରାଜନୈତିକ ବିରୋଧ କମିବାର ନାଁ ନେଉ ନାହିଁ । ଏହି କ୍ରମରେ ଆଜି ମଧ୍ୟ ବିଧାନସଭାରେ ପରୀ ହତ୍ୟା ଘଟଣାକୁ ନେଇ ହୋହାଲ୍ଲା ଜାରି ରହିଛି । ବିଧାନସଭା ଆରମ୍ଭରୁ ପରୀ ମୃତ୍ୟୁକୁ ନେଇ ବିରୋଧୀ ହୁଲୁସ୍ତୁଲ କରିଛନ୍ତି । ଏସଆଇଟି ତଦନ୍ତ ନେଇ ସ୍ପଷ୍ଟିକରଣ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରିବାକୁ ଦାବି କରିଛି କଂଗ୍ରେସ ।
ଏଠାରେ ଆପଣଙ୍କୁ କହି ରଖୁଛୁ କି ପ୍ରଥମେ ପରୀ ମୃତ୍ୟୁକୁ ନେଇ ବିଧାନସଭାରେ ବିରୋଧୀମାନଙ୍କ ଦ୍ୱାରା ତୀବ୍ର ବିରୋଧ ଦେଖା ଦେବା ପରେ ରାଜ୍ୟ ସରକାର ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଥାପି ପରୀ ମୃତ୍ୟୁ ମାମଲାରେ ବିରୋଧୀ ଶାନ୍ତ ପଡିନଥିଲେ । ବାରମ୍ଭାର ଗୃହ ଭିତରେ ବିରୋଧୀମାନେ ପରୀକୁ ନ୍ୟାୟ ଦାବି କରିଥିଲେ । ଏପରିକି ପରୀର ବାପା ମା ବିଧାନସଭା ବାହାରେ ଆତ୍ମାହୁତି ଉଦ୍ୟମ କରିଥିଲେ । ପରେ ପରୀ ମାମଲାକୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସତ୍ତ୍ୱେ ମଧ୍ୟ ବିଧାନସଭାରେ ପରୀକୁ ନେଇ ତାତି ଥମି ନାହିଁ ।

ଆଜି ବିଜେପି ସଦସ୍ୟମାନେ ଗୃହରେ ବ୍ୟାନର ଦେଖାଇ ପ୍ରତିବାଦ କରିଥିଲେ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲା ବିଜେପି । ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ନେତା ଗୃହରେ ଦାବି କରିଛନ୍ତି । ଏସଆଇଟି ତଦନ୍ତର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଗୃହ ଭିତରେ ବିଜେପି ଓ କଂଗ୍ରେସର ବିରୋଧରେ ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଗଠନ ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି । ଗୃହ ବିଭାଗ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ନେଇ ବିଜ୍ଞପ୍ତ ପ୍ରକାଶ କରିବ ବୋଲି ଶ୍ରୀ ଆରୁଖ କହିଛନ୍ତି । ବିଧାନସଭାରେ ଏହି ବୟାନବାଜୀ ଭିତରେ ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅପରାହ୍ନ 3ଟା ଯାଏଁ ମୁଲତୀ ରଖିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications