Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରୀଙ୍କ ଧାନ କିଣା ବିବୃତିକୁ ନେଇ ଘେରିଲେ ବିରୋଧୀ : କହିଲେ ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ

ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ବିବୃତି ରଖିବା ପରେ ଏହାକୁ ନେଇ ଘେରିଛି ବିରୋଧୀ କଂଗ୍ରେସ ଓ ବିଜେପି

Odisha Budget 2021 : ବିଧାନସଭାରେ ଜାରି ରହିଛି ଧାନ ମଣ୍ଡି ତାତି । ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ବିବୃତି ରଖିବା ପରେ ଏହାକୁ ନେଇ ଘେରିଛି ବିରୋଧୀ କଂଗ୍ରେସ ଓ ବିଜେପି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗୃହକୁ ଯେଭଳି ବିଭ୍ରାନ୍ତି କର ତଥ୍ୟ ଦେବ ତାହା ମର୍ଜାଦା ହାନୀ ହେବ । ଚାଷୀ ପ୍ରସ୍ତାବ ଗୁରୁତର ହୋଇଥିଲେ ମଧ୍ୟ , ଆମେ ମୁଲତବି ପ୍ରସ୍ତାବ ଦେଇଥିଲେ ମଧ୍ୟ ଆଜି ସରକାର ପଳାୟନପନ୍ଥୀ ମନୋଭାବ ପୋଷଣ କରି ସହମତି ହୋଇ ନାହାନ୍ତି ତାହା ଉପରେ ଆଲୋଚନା ହୋଇ ନାହିଁ । ଆମେ ସମସ୍ତେ ଏକମତ ଚାଷୀର ଧାନ କିଣାଯାଉ, ଦୁର୍ନୀତିମୁକ୍ତ ହେଉ ହେଲେ ତାହା ଉପରେ ସରକାର ଭୟଭୀତ । ମନ୍ତ୍ରୀଙ୍କ ବୟାନ ଦ୍ୱାରା ବୋଧେ ତାହା ଉପରେ ଏଡାଇ ଦେବାକୁ ଚାହୁଁଛନ୍ତି । ବାହାରେ ଦୃଢତାର ସହ କହୁଛନ୍ତି ଆମେ ସବୁ ଆଲୋଚନା କରିବାକୁ ପ୍ରସ୍ତୁତ । ହେଲେ ଠିକ ସମୟରେ ଗୃହରେ କାହାକୁ ଦେଖିବାକୁ ମିଳୁ ନାହିଁ । ଏହା ଦୁର୍ବାଗ୍ୟଜନକ କଥା । ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ନରସିଂହ ଆହୁରି କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛୁ

ଓଡ଼ିଶା ବଜେଟ୍

ଆସନ୍ତୁ ବିଧାନସଭାରେ ଆଲୋଚନା କରିବା ଆସନ୍ତୁ ଚାଷୀଙ୍କ ବିଷୟରେ କଥା ହେବା, ଚାଷୀ କିଭଳି ଶୋଷଣର ଶିକାର ହେଉଛି, ମହାଦୁର୍ନିତୀ ହୋଇଛି ହଜାର ହଜାର କୋଟି ଟଙ୍କାରେ ସେନେଇ ଆଲୋଚନା କରିବା । ଆପଣ ନିଜେ ଚାଷୀଙ୍କୁ ଟୋକନ ଦେଇଥିଲେ । ଏବେ କିଣୁ ନାହାନ୍ତି କାହିଁକି ? ବର୍ତ୍ତମାନର ପ୍ରଶ୍ନ ଚାଷୀ ଯେଉଁ ଧାନ ଉତ୍ପାଦନ କରିଛି ତାକୁ କିଣନ୍ତୁ । ଏହା ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବ ଏବଂ ଏହା ଭୟଙ୍କର ହୋଇ ପାରେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ନରସିଂହ । ଅପରପକ୍ଷରେ ବିଜେପି ବିଧାୟକମାନେ ମଧ୍ୟ ଚାଷୀ ଓ ଧାନ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ସେମାନେ କହିଛନ୍ତି, ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି । ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତ୍ତର ରଖିଲେନି । ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ । ଏହି ହଟ୍ଟଗୋଳ ମଧ୍ୟରେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+