Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ଶାସକ ଓ ବିରୋଧୀଙ୍କ ହଙ୍ଗାମା : 4ଟା ଯାଏଁ ଗୃହ ମୁତଲବି

ଦିନ ସାଢେ ଏଗାରଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହଙ୍ଗାମା । ଅପରାହ୍ନ ଚାରିଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ୱର : ଦିନ ସାଢେ ଏଗାରଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହଙ୍ଗାମା । ପ୍ରଥମଥର ପାଇଁ ଶାସକ ଦଳର ବିଧାୟକମାନେ କଲେ ହଙ୍ଗାମା । ପରେ ଅପରାହ୍ନ ଚାରିଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗତକାଲି ଦେବଗଡର ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସେ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ବିଧାୟକମାନେ ଦାବି କରିଥିଲେ । ଯେଉଁଭଳି ଆଚରଣ ପ୍ରଦର୍ଶନ କଲେ ଏହା ବିଧାନସଭାର ବାତାବରଣ ନଷ୍ଟ କରୁଛି ବୋଲି ବିଜେଡି କହିଛି । ପ୍ରଥମେ ଶାସକ ଦଳର ସଭ୍ୟମାନେ ନିଜ ନିଜ ସ୍ଥାନରେ ବସି ପ୍ରତିବାଦ କରିଥିବା ବେଳେ ପରେ ସେମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି ।

ବିଧାନସଭା ଅଧିବେଶନ

ସୁଶାନ୍ତ ପାଣିଗ୍ରାହୀ ଯାହା କରିଛନ୍ତି ତାହାକୁ ବିଜେଡି କଡ଼ା ଭାଷାରେ ନିନ୍ଦା କରୁଛି ବୋଲି କହିଛନ୍ତି ପ୍ରତାପ ଦେବ । ବିଧାନସଭା ଏକ ସ୍ୱତନ୍ତ୍ର ଗୃହ ଏଭଳି କେବେ ଘଟିନଥିଲା ବୋଲି ସେ କହିଛନ୍ତି । ଏହା ଭାରତୀୟ ଜନତା ଦଳର ଏଜେଣ୍ଡା ଥିଲା ନା ବ୍ୟକ୍ତିଗତ ଏଜେଣ୍ଡା ଥିଲା ସେନେଇ ପ୍ରଶ୍ନ କରିଛନ୍ତି ପ୍ରତାପ । ଏହାକୁ ନେଇ ସେମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଛନ୍ତି ।
ଅପରପକ୍ଷରେ ଧାନ କିଣାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ସେମାନେ ହଟ୍ଟଗୋଳ କରିଥିଲେ । ସେହିପରି ମନ୍ତ୍ରୀମାନେ ଗୃହର ମଧ୍ୟ ଭାଗରେ ଆସି ପ୍ରତିବାଦ୍ କରିବା ଗୃହର ମର୍ଯ୍ୟାଦା ହାନି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କାହିଣକି ମନ୍ତ୍ରୀମାନେ ଗୃହର ମଧ୍ୟ ଭାଗକୁ କାହିଁକି ଆସିଲେ ବୋଲି ପ୍ରଶ୍ନ କରିଛନ୍ତି ତାରା । ଆହୁରି ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି । କାହିଁକି ସୁବାଶ ପାଣିଗ୍ରାହୀ କ୍ଷମା ମାଗିବେ ବୋଲି ବିଜେପି କହିଛି । ଶାସକ ଦଳ ଏପରି ଗୃହର ମଧ୍ୟ ଭାଗରେ ଆସି ହଙ୍ଗାମା କରିବା ଶାସକ ଦଳ ଲୋକ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+