5ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା ବଜେଟ୍ ଅଧିବେସନ : ପାରିତ ହୋଇଛି 9ଟି ବିଲ୍
ନିର୍ଦ୍ଧାରିତ ଦିନର ପାଞ୍ଚଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଚଳିତ ବଜେଟ୍ ଅଧିବେସନ
ଭୁବନେଶ୍ୱର : ନିର୍ଦ୍ଧାରିତ ଦିନର ପାଞ୍ଚଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଚଳିତ ବଜେଟ୍ ଅଧିବେସନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେସନରେ ସମୁଦାୟ 26ଟି ବୈଠକ ବସିଥିଲା । ଚଳିତ ଅଧିବେସନରେ ସମୁଦାୟ ନଅଟି ବିଲ୍ ପାରିତ ହୋଇଛି । ଯେଉଁଥିରେ ଓଡ଼ିଶା ଲୋକୟୁକ୍ତ ସଂଶୋଧନ ବିଲ୍ ,ସମିତି ପଞ୍ଜିକରଣ ସଂଶୋଧନ ବିଲ, ବୈଷୟିକ ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍, ବ୍ୟୟମଞ୍ଜୁରୀ ବିଲ୍ ପ୍ରମୁଖ ରହିଛି । ଆଜି ଅଧିବେସନ ଶେଷ ହେବା ସହ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବି ଘୋଷଣା କରିଛନ୍ତି ।
ଏଠାରେ ସୂଚନାଥାଉକି, ଗତ ଫେବୃଆରୀ 18ରୁ ପ୍ରଥମ ପର୍ଯ୍ୟାୟ ଅଧିବେସନ ଆରମ୍ଭ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେସନ ଆରମ୍ଭ ହୋଇଥିଲା । ପରେ ଏହାକୁ ନେଇ ଧନ୍ୟବାଦ୍ ପ୍ରସ୍ତାବ ଆଲୋଚନା ହୋଇଥିଲା ।

ଅପରପକ୍ଷରେ ଚାଷୀ ସମସ୍ୟା, ଧାନ କିଣା, ଦରଦାମ୍ ବୃଦ୍ଧି ଓ ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା ହୋଇଥିବା ବେଳେ ଶାସକ ଓ ବିରୋଧୀଙ୍କ ହଙ୍ଗାମା ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତ ବିଧାନସଭା ଅନେକ କାରଣ ଯୋଗୁଁ ମନେ ମଧ୍ୟ ରହିବ । ବିଧାନସଭା ଭିତରେ ବିରୋଧୀ ବିଜେପି ସଦସ୍ୟ ସାନିଟାଇଜର୍ ପିଇଦେବା ଭଳି ଘଟଣା ଦେଖିବାକୁ ମିଳିଥିଲା । ସେହିପରି ଚାଷୀ ସମସ୍ୟା ନେଇ ବିଧାନସଭାରୁ ନବୀନ ନିବାସ ପର୍ଯ୍ୟନ୍ତ ବିଜେପି ପଦଯାତ୍ରା କରିଥିଲା । ଶେଷରେ ମାର୍ଚ୍ଚ 3 ତାରିଖରେ ବାଚସ୍ପତିଙ୍କ ଉପରକୁ ବିଜେପି ସଦସ୍ୟମାନେ ଚପଳ ଫୋପାଡିବା ଭଳି ଘଟଣା ମଧ୍ୟ ଘଟିଥିଲା ।












Click it and Unblock the Notifications