Get Updates
Get notified of breaking news, exclusive insights, and must-see stories!

ବିଧାନସଭାରେ ସାନିଟାଇଜର ପିଇଦେଲେ ବିଜେପି ବିଧାୟକ, ମନ୍ତ୍ରୀ କହିଲେ ତାଲିକା ଦିଅ ପଦକ୍ଷେପ ନେବୁ

ଧାନ କିଣାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ସାନିଟାଇଜର ପିଇଲେ ବିଜେପି ବିଧାୟକ । ଯୋଗାଣ ମନ୍ତ୍ରୀ କହିଲେ ତାଲିକା ଦିଅ ।

ଭୁବନେଶ୍ୱର । ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ତେବେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀମାନେ ମଣ୍ଡି ସମସ୍ୟା କଥା ଉଠାଇଛନ୍ତି । ଏହାକୁ ନେଇ ଆଜି ଦିନ ସାରା ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ତେବେ କଥା ସେତିକିରେ ସରି ନଥିଲା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଲାବେଳେ ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗୃହର ଅନ୍ୟ ସଦସ୍ୟମାନେ ତାଙ୍କୁ ଅଟକାଇ ଦେଇଥିଲେ । ସେ ଅଳ୍ପ ସାନିଟାଇଜର ପିଇଦେଇଥିଲେ, ସେତିକିବେଳେ ବିଭାଗୀୟ ମନ୍ତ୍ରୀ ଆସି ତାଙ୍କୁ ରୋକିବା ସହ ଏଥିରୁ ତାଙ୍କୁ ଅଟକାଇଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

ଓଡିଶା ବିଧାନସଭା

ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ,ଚାଷୀଙ୍କ ଦୁଃଖକୁ ଦେଖି ଆଜି ସେ ଏଭଳି କରିଥିଲେ ବୋଲି କହିଛନ୍ତି । ତାଙ୍କ ନିର୍ବାଚନୀ ମଣ୍ଡଳୀରେ ଧାନ ସେମତି ପଡିଥିବା ସେ ଅଭିଯୋଗ କରିଛନ୍ତି । ସରକାର ତାଙ୍କ ଧାନ କିଣୁନଥିବା ବେଳେ ଚାଷୀ ଆତ୍ମହତ୍ୟା କରିବା ପୂର୍ବରୁ ସେ କରିବା ଉଚିତ୍ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି । ଅପରପକ୍ଷରେ ଧାନ ସମସ୍ୟାକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ରାଜ୍ୟରେ ଏଜାଏଁ 19 ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ମଣ୍ଡିରେ ଧାନ ବିକିବା ଯୋଗୁ ଯେଉଁ ଚାଷୀ ବଞ୍ଚିତ ହୋଇଛନ୍ତି ସେମାନଙ୍କ ତାଲିକା ଦେଲେ ସରକାର ପଦକ୍ଷେପ ନେବେ । ରାଜ୍ୟରେ ଖରିଫ୍ ଋତୁରେ ଏଜାବତ୍ 60.10 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+