ଶାସକ-ବିରୋଧୀଙ୍କ ହଟ୍ଟଗୋଳ : ବିଧାନସଭା ଅପରାହ୍ନ 4ଟା ଯାଏଁ ମୁଲତବି
ଶାସକ-ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁତଲବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ୱର : ଆଜି ବି ଠିକ ଭାବରେ ଚାଲି ପାରିଲାନି ବିଧାନସଭା ଅଧିବେଶନ । ଶାସକ-ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅପରାହ୍ନ 4ଟା ଯାଏଁ ଗୃହକୁ ମୁତଲବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିବା ପ୍ରଥମେ 11.30 ଯାଏଁ ଗୃହକୁ ମୁତଲବି ରଖିଥିଲେ ବାଚସ୍ପତି । ପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଙ୍ଗେ ସଙ୍ଗେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ହଟ୍ଟଗୋଳ କରିଥିଲେ । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଣ୍ଡିରୁ ଉଠିନି, ସେପର୍ଯ୍ୟନ୍ତ କଂଗ୍ରେସ ଏଭଳି ରଣନୀତି ଜାରି ରଖିବ ବୋଲି ଗଣମାଧ୍ୟମକୁ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉଭୟ ବିଜେଡି, ବିଜେପି ବିଧାନସଭା ନ ଚାଲୁ ବୋଲି ମିଳିତ ପ୍ରୟାସ କରୁଛନ୍ତି। ଚାଷୀଙ୍କ ଧାନ ନଉଠୁ ଉଭୟେ ଚାହୁଁଛନ୍ତି, କେବଳ ଡ୍ରାମା କରୁଛନ୍ତି । ତେଣୁ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ତାରା । ଅପରପକ୍ଷରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଡ଼ି ବସିଛନ୍ତି ବିଜେଡି ସଦସ୍ୟ । କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭା ଚଳାଇ ଦିଆଯିବ ନାହିଁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ସେ ଏତେ ଅଧର୍ଯ୍ୟ କାହିଁକି ହେଉଛନ୍ତି । କାହିଁକି ଗୃହର ମର୍ଯ୍ୟାଦା ହାନି କରିଛନ୍ତି । ସେପର୍ଯ୍ୟନ୍ତ ସେ କ୍ଷମା ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁ ନାହିଁ ବୋଲି କହିଛନ୍ତି ପ୍ରମିଳା । ଏହାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ, ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ତେଣୁ ସେ କ୍ଷମା ମାଗନ୍ତୁ












Click it and Unblock the Notifications