ଆସନ୍ତା ୨୨ ତାରିଖରୁ ରାଜ୍ୟ ବିଧାନସଭା; ବିଧାୟକ ଦଳ ନେତା ବାଛିପାରିନି କଂଗ୍ରେସ

ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନକୁ ମାତ୍ର ୩ ଦିନ ବାକି ଥିବାବେଳେ ଏ ପର୍ଯ୍ୟନ୍ତ କଂଗ୍ରେସ ତା'ର ବିଧାୟକ ଦଳ ନେତା ଚୟନ କରିପାରିନାହିଁ ।

ବିଧାୟକ ଦଳ ନେତା କେବେ ହେବେ ଓ କାହାଙ୍କୁ କରାଯିବ, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ପାଖରେ ମଧ୍ୟ ଖବର ନାହିଁ । ତେବେ କୌଣସି ସମୟରେ ଦଳ ଏନେଇ ଘୋଷଣା କରିପାରେ ବୋଲି ଶରତ କହିଛନ୍ତି । ମୁଖ୍ୟତଃ ୨ଜଣ ନେତାଙ୍କ ମଧ୍ୟରୁ କାହାକୁ ଏହି ପଦବୀ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ନାମ ରାଜନୈତିକ ମହଲରୁ ଶୁଣିବାକୁ ମିଳୁଛି। ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଏକ ଘରୋଇ ହୋଟେଲରେ ବିଧାୟକମାନଙ୍କ ସହ ସାକ୍ଷାତ୍‌ କରି ଜଣ ଜଣ କରି ସମସ୍ତଙ୍କ ମତ ନେଇଥିଲେ । ଏହାପରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ କେତେଜଣ ବିଧାୟକ ଯାଇ ନୂଆଦିଲ୍ଲୀଠାରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ୍‌ କରିଥିଲେ ।

odisha Assembly

ଇତିିମଧ୍ୟରେ ବିଧାୟକ ଦଳ ନେତା କାହାକୁ କରାଯିବ, ସେନେଇ ପ୍ରସ୍ତୁତ କରାଯାଇଥିବା ମତାମତ ସମ୍ପର୍କିତ ରିପୋର୍ଟ ଏଆଇସିସି ନିକଟରେ ଦାଖଲ କରାଯାଇଥିବା ଅଜୟ କୁମାର ମଧ୍ୟ କିଛିଦିନ ତଳେ ସୂଚନା ଦେଇସାରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ବିଧାୟକ ଦଳ ନେତା ଘୋଷଣା ନ ହେବା ଦଳ ମଧ୍ୟରେ ବିଶେଷ ଆଲୋଚନାର ବିଷୟବସ୍ତୁ ପାଲଟିଛି।

ଏନେଇ ଶରତ କହିଛନ୍ତି, ୨ ବରିଷ୍ଠ ନେତାଙ୍କ ମଧ୍ୟରୁ କାହାକୁ ଏହି ଦାୟିତ୍ୱ ମିଳିପାରେ ବୋଲି ଅନୁମାନ କରାଯାଉଛି। ହେଲେ ଜାତୀୟ ଦଳ ଭାବେ ଏଆଇସିସି କେଉଁ ପ୍ରକାର ନିଷ୍ପତ୍ତି ନେବ ସେକଥା ଏବେଠାରୁ କୁହାଯାଇପାରିବ ନାହିଁ। ତେଣୁ କୌଣସି ସମୟରେ ଏ ନେଇ ଘୋଷଣା ହୋଇପାରେ, ତାହାକୁ ହିଁ ଅପେକ୍ଷା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+