Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବିଧାନସଭା ନିର୍ବାଚନ: ରାତି ସାଢ଼େ ୮ଟାରୁ ମୋଦୀଙ୍କ ରୋଡ୍ ସୋ; ୬ଟି ଜାଗାରେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହ କଥା ହେବେ

ଭୁବନେଶ୍ବର: ଆଜି ମୋଦୀଙ୍କ ରୋଡ୍ ସୋ । ରାତି ସାଢ଼େ ୮ଟାରୁ ଆରମ୍ଭ ହେବ ମୋଦୀଙ୍କ ରୋଡ୍ ସୋ'। ଜନପଥରେ ବାଣୀବିହାର ଛକ ପର୍ଯ୍ୟନ୍ତ ୨.୫କିମି ରାସ୍ତାରେ ମୋଦୀ କରିବେ ରୋଡ୍ ସୋ । ତେବେ ରାସ୍ତାର ପ୍ରାୟ ୬ଟି ଜାଗାରେ ମୋଦୀ ଗାଡ଼ିରୁ ଓହ୍ଲାଇ ରାସ୍ତା କଡ଼ରେ ଥିବା ଲୋକମାନଙ୍କ ସହ ବାର୍ତ୍ତାଳାପ କରିବାର ମଧ୍ୟ ଯୋଜନା ରହିଛି। ଯଦିଓ ୬ଟି ଜାଗାରେ ଗାଡ଼ିରୁ ଓହ୍ଲାଇବା ଧାର୍ଯ୍ୟ ହୋଇଛି ତଥାପି ଏହା ଛଡ଼ା ମୋଦୀ ଅନ୍ୟ ଜାଗାରେ ମଧ୍ୟ ଓହ୍ଲାଇପାରନ୍ତି ।

ଗାଡ଼ିରେ ନ ବସି କେବଳ ଚାଲି ଚାଲି ମଧ୍ୟ ଅନେକ ବାଟ ଯିବା କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ଏ ବାବଦରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ରାସ୍ତା ସମ୍ପୂର୍ଣ୍ଣ ସିଲ୍ ହେବା ଯୋଜନା ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଛି। ଯେଉଁଠାରେ ରହି ସେମାନେ ଖବର ସଂଗ୍ରହ କରିପାରିବେ । ଏହାସହିତ ଜନପଥକୁ ଏତିହ୍ୟ ସମ୍ପନ୍ନ କରିବାକୁ ଯୋଜନା ହୋଇଛି ।

Odisha assembly election

ରାସ୍ତାକଡ଼ରେ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ୧୦ଟି ଆଇକନ ସ୍ଥାପନ କରାଯାଉଛି। ବିଜେପି ପାର୍ଟି ଅଫିସ ସାମ୍ନାରେ କୋଣାର୍କ ଚକ୍ର ରଖାଯାଉଛି । ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାପନ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନୀ ପ୍ରଚାରରେ ଏହା ତାଙ୍କର ଦ୍ଵିତୀୟ ଓଡ଼ିଶା ଗସ୍ତ । ଶୁକ୍ରବାର ରାତିରେ ଭୁବନେଶ୍ଵରରେ ମୋଦୀ ରୋଡ୍ ସୋ' କରି ରାଜଭବନରେ ରାତ୍ରୀଯାପନ କରିବେ ।

ଶନିବାର ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ତିନିଟି ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ । ମୋଦୀଙ୍କ ଗସ୍ତ ପାଇଁ ବିଜେପି ଶିବିର ବେଶ୍ ଚଳଚଞ୍ଚଳ ହୋଇଛି । ଚାରିଟି ଯାକ ସଂସଦୀୟ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ଲାଗି ପଡ଼ିଛନ୍ତି। ରାଜ୍ୟ ପୁଲିସ୍ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+