ବିଜେପିରେ ଜାରି ରହିଛି ବିଦ୍ରୋହ; ଫେଲ ମାରୁଛନ୍ତି ବଡ ବଡ ନେତା, ମଉଳି ଯିବକି ପଦ୍ମ ?

ବିଜେପିରେ ଜାରି ରହିଛି ବିଦ୍ରୋହ । ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ରାଜ୍ୟ କାର୍ଯ୍ୟାଳୟରେ ବିଦ୍ରୋହ ଦେଖିବାକୁ ମିଳିଛି । ଅସନ୍ତୋଷ ତେଜିବାରେ ଲାଗିଛି। ବିବାଦ ଥମିବାର ନାଁ ଧରୁନି । ଉପାନ୍ତରୁ ଉପକୂଳ ସବୁଠି ବିଦ୍ରୋହ । ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା, ଖୋର୍ଦ୍ଧା, ଧର୍ମଶାଳା, ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି ।

ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ତୁଙ୍ଗ ନେତା ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳ ବିରୋଧରେ ଶୁଭିଥିଲା ଜୋରଦାର ପ୍ରତିବାଦ।

odisha bjp

ଯାଜପୁର ଧର୍ମଶାଳାର ଲିକୁ ସାହୁଙ୍କ ସମର୍ଥକ ଦୁଇ ଦିନ କାଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଡେରା ପକାଇ ଥିଲେ । କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ଆଶାୟୀ ପ୍ରାର୍ଥୀ ବିଜୟ ଦଳବେହେରାଙ୍କ ନେତୃତ୍ବରେ ଶତାଧୀକ କର୍ମୀ ରାଜ୍ୟ ସଭାପତିଙ୍କୁ ସ୍ବାରକପତ୍ର ଦେଇଛନ୍ତି ।

ସେହିପରି ବାଲେଶ୍ଵର ରେମୁଣା ଆସନରେ ଗୋବିନ୍ଦ ଦାସଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିବା ସହ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼଼ାରେ ଦୁଷ୍ମନ୍ତ ସ୍ଵାଇଁଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରିଥିଲେ ଦଳୀୟ କର୍ମୀ ଓ ନେତା। ଏହା ସହ ଭୁବନେଶ୍ବର-ଜୟଦେବ ନିର୍ବାଚନମଣ୍ଡଳୀରେ ଗୋ ବ୍ୟାକ୍ ଅରବିନ୍ଦ ଢାଲି ସ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି ।

ତେବେ ପ୍ରାର୍ଥୀ ଚୟନରେ ଘୋର ଅସନ୍ତୋଷ ଲମ୍ବି ଚାଲିଥିବାରୁ ବିଜେପିରେ ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନାକୁ ଦେଖି ଟିକେଟ ପାଇଥିବା ନେତାମାନେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସ୍ମତିରେଖା ପହିଙ୍କୁ ବିରୋଧ କରି ହିମାଂଶୁ ସାହୁଙ୍କ ସମର୍ଥକ ୨ ଦିନ ଧରି ଦଳୀୟ କାର୍ଯ୍ୟାଳୟରେ ପ୍ରତିବାଦ କରିଥିଲେ।
ଏହାପରେ ରାଜ୍ୟ ସଭାପତି ନିଷ୍ପତି ପରିବର୍ତ୍ତନ ପାଇଁ ଅପେକ୍ଷା କରିବାକୁ କହିଥିବା ସେ କହିଛନ୍ତି । ପ୍ରାର୍ଥୀ ପରିବର୍ତ୍ତନର ଆଭାସ ପାଇ ସ୍ମୃତିରେଖା ଦଳୀୟ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନିଜ ସପକ୍ଷରେ ସଙ୍ଗଠନ ଥିବା ଦେଖାଇବାକୁ ଚେଷ୍ଟା କରିଛନ୍ତି।

ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥିତ୍ବକୁ ଜୋରଦାର ବିରୋଧ ପରେ ରାଜୁ ଦାସ କହିଛନ୍ତି, ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲିବି। ସମ୍ଭାବ୍ୟ ପ୍ରାର୍ଥୀ ପରିବର୍ତ୍ତନର ଭୟ ରାଜେନ୍ଦ୍ର ଦାସକୁ ବି ସଙ୍କଟରେ ପକାଇଛି ।

ସେହିପରି ଖୋର୍ଦ୍ଧାର ଟିକେଟ ଆସି ନଥିବା ବେଳେ କାଳୁ ଓ ପ୍ରଶାନ୍ତ ଜଗଦେବଙ୍କ ସମର୍ଥକ ମାନଙ୍କ ବିରୋଧରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ସେହିପରି ବାଙ୍କି ଟିକେଟ ପରିବର୍ତ୍ତନ କରିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।

ବିଧାନସଭା ପ୍ରାର୍ଥୀ ଚୟନକୁ ନେଇ ବଢୁଛି ଅସନ୍ତୋଷ। ନିର୍ବାଚନ ପର୍ବୂରୁ ଦଳ ଭିତରେ ବଢୁଥିବା ବିଦ୍ରୋହକୁ ମୁକାବିଲା ପାଇଁ ଚିନ୍ତାରେ ବିଜେପିର ରାଜ୍ୟ ନେତୃତ୍ବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+