ଓଡ଼ିଶା ବିଧାନସଭା ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ । ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ହେମା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ସାମିଲ ହେଲେ ହେମାମାଳିନୀ । ତାଲିକାରେ ସାମିଲ ପରେ ଓଡ଼ିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ହୋଇଛି ।

ରାଜ୍ୟ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାମ ସ୍ଥାନ ପାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ମାଳିନୀ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତେବେ ହେମା ମାଳିନୀ କେବେ ଓଡ଼ିଶା ଆସିବେ ଓ ପ୍ରଚାର କରିବେ, ତାହା ସ୍ପଷ୍ଟ ହୋଇ ନାହିଁ ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାଲି ଓଡ଼ିଶା ଆସିବେ । ଭବାନୀପାଟଣା, ରାୟଗଡ଼ାରେ ସେ ସଭା କରିବେ । ସେହିପରି ନବରଙ୍ଗପୁର ଆସିବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ।

ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ୨ ବରିଷ୍ଠ ନେତା । ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ ଜିଲ୍ଲାରେ ସଭା କରିବେ । ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡ଼କରୀ । ସେହିପରି ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ବଶର୍ମା।

Hema Malini

ଏଥର ଫୋକସରେ ଓଡ଼ିଶା । ଲଗାତାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ହେବିୱେଟ୍ ନେତା । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣରେ ସରଗରମ ହୋଇଥିଲା ରାଜ୍ୟର ରାଜନୀତି । ଆସନ୍ତା ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ମୋଦୀ ।

ଏହି ସମୟରେ ରାଜ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ଼ ଶୋ'ରେ ଯୋଗେ ଦେବେ ମୋଦୀ । ଏହା ପର ଦିନ ଅର୍ଥାତ୍ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି, ସେଠାରେ ଏକ ସମାବେଶରେ ଯୋଗ ଦେବେ ମୋଦୀ ।

ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖ ସନ୍ଧ୍ୟା ୬ଟାରୁ ଭୁବନେଶ୍ୱରରେ ମୋଦୀଙ୍କ ରୋଡ୍ ଶୋ'ର ଆୟୋଜିତ ହେବ । ଏହି ରାଲି ମାଷ୍ଟରକ୍ୟାଣ୍ଟିନରୁ ଆରମ୍ଭ ହୋଇ ବାଣୀବିହାରରେ ଶେଷ ହେବ । ମୋଦୀଙ୍କ ରାଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+