ତୃତୀୟ ପର୍ଯ୍ୟାୟରେ ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା
ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି। ଆଉ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

- ରେଙ୍ଗାଲି- ସୁଦର୍ଶନ ହରିପାଲ
- ରାଉରକେଲା- ଶାରଦା ନାୟକ
- ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
- କେନ୍ଦୁଝର- ମୀନା ମାଝୀ
- ରାଇରଙ୍ଗପୁର- ରାଇସିଂ ମୁର୍ମୁ
- ବାଲେଶ୍ବର- ସ୍ୱରୂପ ଦାସ
- ବାରବାଟୀ କଟକ- ପ୍ରକାଶ ବେହେରା
- ସାଲେପୁର- ପ୍ରଶାନ୍ତ ବେହେରା
- ଜୟଦେବରୁ- ନବକିଶୋର ମଲ୍ଲିକ
ସୂଚନା ଅନୁସାରେ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହାପରେ ଆଜି ଆଉ ୯ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଆଜି ବାକିଥିବା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ଏବେ ବି ୩୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।












Click it and Unblock the Notifications