Odisha Assembly Election: ରାଉରକେଲାରେ ବିଗ୍ ଫାଇଟ୍, ଦିଲ୍ଲୀପ ରାୟ ବନାମ ସାରଦା ପ୍ରସାଦ ନାୟକ
ରାଉରକେଲାରେ ବିଗ୍ ଫାଇଟ୍ । ରାଉଲକେଲାରୁ ବିଜେପି ଦିଲ୍ଲୀପ ରାୟଙ୍କୁ ଟିକେଟ୍ ଦେଇଛି । ଆଉ ତା ପରେ ମଇଦାନ ଏବେ ପୁରା ଚଳଚଞ୍ଚଳ । ଲୋକଙ୍କ ଭିତରେ ବି ପୁରା ଜୋସ୍। ଆଉ କର୍ମୀମାନେ ବି ଉତ୍ସାହିତ । ଆଉ ଟିକେଟ ଘୋଷଣା ପରେ ପୁରା ଦମରେ ଦୁଇ ଦଳର ପ୍ରାର୍ଥୀ ।
ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍ ଦେଇଛି । ଏଭଳି ସ୍ଥିତିରେ ରାଉଲକେଲା ନିର୍ବାଚନମଣ୍ଡଳୀରେ ବିଗ୍ ଫାଇଟ୍ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିହାର ରାୟଙ୍କୁ ୧୦,୪୬୦ ଭୋଟରେ ପରାଜିତ କରିଥିଲେ । ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିଲୀପ କୁମାର ରାୟ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକଙ୍କଠାରୁ ୧୦୯୨୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ । ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରମେଶ କୁମାର ଅଗ୍ରୱାଲଙ୍କଠାରୁ ୨୫,୫୯୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୧୯ରେ ନିର୍ବାଚନ ଲଢି ନ ଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଏଥର ନିର୍ବାଚନ ଲଢିବେ। ରାଉରକେଲାରୁ ଦିଲ୍ଲୀପ ରାୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ଭାଜପା ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଜି ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
କିଏ କୋଉଠୁ ପ୍ରାର୍ଥୀ ?
- ରାଉରକେଲା: ଦିଲ୍ଲୀପ ରାୟ
- ପାଟଣା -ଅଖିଲ ଚନ୍ଦ୍ର ନାୟକ
- ସାରସକଣା- ଭାଦବ ହାଁସଦା
- ରାଇରଙ୍ଗପୁର- ଜୋଲେନ ବରଦା
- ବାଙ୍ଗିରିପୋଷ-ସଞ୍ଜଳୀ ମୁର୍ମୁ
- କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ,
- ଝରିଗାଁ- ନରସିଂହ ଭତ୍ରା
- ଡାବୁଗାଁ- ସୋମନାଥ ପୂଜାରୀ
- ରାଜନଗର- ଲଳିତ ବେହେରା
- ବାଲିକୁଦା-ଏରସମା ସତ୍ୟସାରଥି ମହାନ୍ତି
- ଜଗତସିଂହପୁର- ଅମରେନ୍ଦ୍ର ଦାଶ
- କାକଟପୁର- ବାଇଧର ମଲ୍ଲିକ
- ରଣପୁର- ସୁରମା ପାଢ଼ୀ
- ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
- ମୋହନା- ପ୍ରଶାନ୍ତ ମଲ୍ଲିକ
- ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
- ରାୟଗଡ଼ା- ବସନ୍ତ ଉଲାକା
- ଲକ୍ଷ୍ମୀପୁର- କୈଳାସ କୁଲେସିକା
- କୋଟପାଡ- ରୁପୁ ଭତ୍ରା
- ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
- ଚିତ୍ରକୋଣ୍ଡା- ଡମ୍ବରୁ ଶିଶା












Click it and Unblock the Notifications