ଓଡ଼ିଶା ବିଧାନସଭା ନିର୍ବାଚନ: ଏହି ୧୫ଟି ଆସନରେ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ୩ ପ୍ରମୁଖ ଦଳ

୪ଟି ପର୍ଯ୍ୟାୟରେ ଭୋଟ୍ ଦେବ ଓଡ଼ିଶା । ମଇ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ମତଦାତାମାନେ ଭୋଟ ଦେବେ । ବିଭିନ୍ନ ଦଳରୁ ପ୍ରାର୍ଥୀ ଘୋଷଣା ହେଲାଣି । ହେଲେ ଏବେ ବି ୧୫ ଟି ଆସନ ଅଛି, ଯେଉଁଠି ପ୍ରାର୍ଥୀ ଘୋଷଣା ହୋଇ ନାହିଁ । ଆଉ ସେଥିପାଇଁ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ।

ଭୋଟ୍‌ଦାନ ତାରିଖ ଯେତିକି ପାଖେଇ ଆସୁଛି। ରାଜନୈତିକ ଦଳ, ନେତା ଓ କର୍ମୀଙ୍କ ମଧ୍ୟରେ ସେତିକି ଚିନ୍ତା ପଶୁଛି ।

Odisha Assembly Elections 2024

ବିଜେପି, ବିଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାନ୍ତି

  1. ହିନ୍ଦୋଳ (ଅନୁସୂଚିତ ଜାତି)
  2. ତେଲକୋଇ(ଅନୁସୂଚିତ ଜନଜାତି)
  3. ପାଟଣା (ଅନୁସୂଚିତ ଜନଜାତି)
  4. ଚମ୍ପୁଆ
  5. ଭୋଗରାଇ
  6. ନୀଳଗିରି
  7. ବାଲିକୁଦା-ଏରସମା
  8. ବରୀ
  9. କେନ୍ଦ୍ରାପଡ଼ା(ଅନୁସୂଚିତ ଜାତି)
  10. ବେଗୁନିଆ
  11. ଖୋର୍ଦ୍ଧା
  12. ସାରସକଣା,
  13. ବାଙ୍ଗିରିପୋଷି
  14. କରଂଜିଆ
  15. କାକାଟପୁର (ଅନୁସୂଚିତ ଜନଜାତି)

ପ୍ରଥମ ପର୍ଯ୍ୟାୟ ମଇ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଅଧୀନ ୨୮ଟି ବିଧାନସଭା ଆସନରେ ମତଦାନ ହେବ । ଏହି ୪ଟି ସଂସଦୀୟ କ୍ଷେତ୍ର ଅଧୀନରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଂଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା,ପାରଳାଖେମୁଣ୍ଡି, ଗୁଣପୁର, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କେରାପୁଟ ଓ ପଟ୍ଟାଙ୍ଗି ରହିଛି।

ତେବେ ଖରିଆର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ କଂଗ୍ରେସ, ନର୍ଲା, ଚିତ୍ରକୋଣ୍ଡା, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେଡି ଏବଂ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁରରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+