ଓଡ଼ିଶା ବିଧାନସଭା ନିର୍ବାଚନ: ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ କିଏ ବିଜେଡିର ପ୍ରାର୍ଥୀ ? ଆଉ କାହାକୁ ମିଳିବ ବିଜେପିର ଟିକେଟ୍‌ ?

ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡିର ମଙ୍ଗୁଆଳ? ଆଉ କାହାକୁ ମିଳିବ ବିଜେପିର ଟିକେଟ୍‌? ଏହାକୁ ନେଇ ଏବେ ବି ସସ୍‌ପେନ୍ସ ଜାରି । ଯାହା ଉଭୟ ନେତା ଓ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ନେତା ଓ କର୍ମୀଙ୍କ ଭଳି ଭୋଟର ବି ଦ୍ବନ୍ଦ୍ବରେ ରହିଛନ୍ତି।

ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ମଧ୍ଯରେ ଖୋର୍ଦ୍ଧା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ , ହେଲେ ମାଳ ମାଳ ନେତା ଭିତରେ କିଏ ପାଇବ ଟିକେଟ ତାହାକୁ ନେଇ ଦ୍ବନ୍ଦ୍ବରେ ଭୋଟର ।

ଯଦି ଆମେ ବିଜେପି କଥା ଦେଖିବା ଆଗରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ, ଜୟ ଶ୍ରୀରାମ ନାରା ଦେଇ କିଛି ଦିନ ତଳେ ବିଜେପିରେ ମିଶିଥିଲେ ଜଗଦେବ । ହେଲେ ତାଙ୍କର ପୁରା ଜିଲ୍ଲା ଉପରେ ଦବଦବା, ଆଉ ସିଏ ଖୋର୍ଦ୍ଧାରୁ ଟିକେଟ ପାଇବା ଦିଗରେ ବି ଆଗରେ ।

ଖୋର୍ଦ୍ଧାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ରାଜନୈତିକ କ୍ୟାରିୟର ଢେର ଲମ୍ବା। ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଥିଲେ ପ୍ରଶାନ୍ତ। ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବେଗୁନିଆରେ କଂଗ୍ରେସର ଷ୍ଟଲୱାର୍ଟ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଚାଲେଞ୍ଜ ଦେଇ ମାତ୍ର ୨୫୦୦ ଭୋଟରେ ହାରିଥିଲେ। ପରେ ୨୦୧୪ରେ ବେଗୁନିଆ ଏବଂ ୨୦୧୯ରେ ଚିଲିକାରୁ ବିଧାୟକ ହୋଇଥିଲେ ପ୍ରଶାନ୍ତ । ଆଉ ଏବେ ତାଙ୍କ ଟାର୍ଗେଟ ଖୋର୍ଦ୍ଧା ଉପରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ବିଜେପି ନେତା କାଳୁ ଖଣ୍ଡାୟତ ରାୟ ବି ଟିକେଟ ରେସରେ, 2019 ରେ ବିଜେଡି ବିଧାୟକ ଜିତୁ ମିତ୍ରଙ୍କୁ କଡା ଟକ୍କର ଦେଇଥିଲେ କାଳୁ , ୧୦୦୦୦ ଭୋଟର ହାରିଥିଲେ କାଳୁ । ସେହିପରି ନୂଆ ନେତା ରାମ ନାରାୟଣ ଦାସ ଓ ବିଜେପି ଜିଲ୍ଲା ସଭାପତି ରଶ୍ମି ମହପାତ୍ର ବି ଟିକେଟ ରେସରେ ଅଛନ୍ତି । ରାମ ଦାସଙ୍କୁ ସବୁଦିନ ସାଙ୍ଗଠନିକ କାମରେ ଦେଖିବାକୁ ମିଳୁଛି ।

ଆଉ ଯଦି ବିଜେଡି ଖୋର୍ଦ୍ଧା ଗଡରେ ଏବେ କନ୍ଦଳ। ଖୋର୍ଦ୍ଧାରେ ଜିତୁ ମିତ୍ର ବନାମ ବାସନ୍ତୀ ମହାପାତ୍ର, ଦେଖିବାକୁ ମିଳିଲାଣି । ବର୍ତ୍ତମାନର ବେଗୁନିଆ ବିଧାୟକ ରାଜ ସାହୁ ମଧ୍ୟ ବିଜେଡ଼ିରୁ ଆଶାୟୀ ।

ବିଗତ ଦୁଇ ଦଶନ୍ଧିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡ଼ି ଏଠାରେ ୩ ଥର କ୍ଷମତା ଦଖଲ କରିଛି । ତେବେ ପୂର୍ବରୁ ଦୁଇ ଥର ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି । ୨୦୦୦ ମସିହାରେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ୨୦୦୯ ରେ ରାଜେନ୍ଦ୍ର କୁମାର ସାହୁ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଉଭୟ ବିଜେଡ଼ିକୁ ସମର୍ଥନ କରିଥିଲେ । ୨୦୧୯ ରେ ଜିତୁମିତ୍ର ଏଠାରୁ ଜିତିଥିବାବେଳେ ରାଜେନ୍ଦ୍ର ବେଗୁନିଆରୁ ନିର୍ବାଚିତ ହୋଇଥିଲେ ।

ସେପଟେ 1998 ମସିହାଠାରୁ ପରାଜୟର ସ୍ବାଦ ଚାଖି ଆସୁଥିବା କଂଗ୍ରେସର ଭୋଟ ହ୍ରାସ ଦଳ ପାଇଁ ଚିନ୍ଧାର କାରଣ ପାଲଟିଛି ।
ଦେଖିବାକୁ ବାକୁ କାହାକୁ ମିଳୁଛି ଟିକେଟ , ଆଊ କିଏ ଜିତୁଛି ଖୋର୍ଦ୍ଧା ଆସନ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+