ଓଡ଼ିଶା ବିଧାନସଭା ନିର୍ବାଚନ: ଛିଣ୍ଡୁନି ରାଜନୈତିକ ଦଳର ଅଙ୍କ, କେବେ ସରିବ ପ୍ରାର୍ଥୀ ଘୋଷଣା ?

ଛିଣ୍ଡୁନି ରାଜନୈତିକ ଦଳର ଅଙ୍କ । ସରୁନି ପ୍ରାର୍ଥୀ ଘୋଷଣା । କିଏ ଧରିବ ମଙ୍ଗ ? ବିଜେଡ଼ି, ବିଜେପି ଓ କଂଗ୍ରେସ ତିନି ଦଳ ବିଧାନସଭା ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବି ଛିଣ୍ଡୁନି ରାଜନୈତିକ ଦଳର ଅଙ୍କ । ବିଜେଡି ଏ ପର୍ଯ୍ୟନ୍ତ ତିନି ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ । ଖଣ୍ଡପଡା, ନୀଳଗିରି ଓ କୋରେଇରୁ ଏଯାଏଁ ନାଁ ଘୋଷଣା କରାଯାଇନାହିଁ । ସେହିପରି ବିଜେପିର ୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ଆଉ କଂଗ୍ରେସ କେବଳ ନୀଳଗିରିରେ ପ୍ରାର୍ଥୀ ଘୋଷଣା କରିନାହିଁ ।

୩ ଆସନରେ ବିଜେଡି ଅଙ୍କ ଅଛିଣ୍ଡା
ଖଣ୍ଡପଡା, ନୀଳଗିରି ଓ କୋରେଇକୁ ନେଇ ସସପେନ୍ସରେ ବିଜେଡ଼ି

Odisha Assembly Electio
ବିଜେପିର ୭ ଆସନରେ ଅଙ୍କ ଛିଡୁନି

ନୀଳଗିରି, ଭୋଗରାଇ, ବାରବାଟୀ-କଟକ , ବେଗୁନିଆ-ବୋଲଗଡ, ବାରବାଟୀ-କଟକ, ଭଣ୍ଡାରୀପୋଖରୀ, ବରୀ, ଭୋଗରାଇ. ନୀଳଗିରି ଓ ଘଷିପୁରାରେ ବିଜେପି ପ୍ରାର୍ଥୀ ଘୋଷଣା କରିନି । ବାରବାଟୀ-କଟକରେ ଅନୁଭବ ମହାନ୍ତି ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି । ନୀଳଗିରିରେ ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ପ୍ରାର୍ଥୀ ଖୋଜୁଛି ବିଜେପି ।

ନୀଳଗିରି ଆସନ

୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ ସୁକାନ୍ତ । ୨୦୧୯ରେ ବିଜେପିରୁ ଜିତିଥିଲେ ସେହି ସୁକାନ୍ତ ନାୟକ । ଏବେ ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଦଳବଦଳ କରି ବିଜେଡିରେ ମିଶିଛନ୍ତି । ଆଉ ଏହା ବିଜେଡିର ସ୍ଥାନୀୟ ରାଜନୀତିକୁ ଗୋଳମାଳ କରିଛି । ଏଠାରୁ ସନ୍ତୋଷ ଖଟୁଆ ଦାବିଦାର ଥିବାରୁ ଦଳର ଅଙ୍କ ଛିଡୁନି ।

କୋରେଇ ଆସନ

ଯାଜପୁରର କୋରେଇ ଆସନରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦବଦବା ରହିଛି । ଟିକେଟ ଘୋଷଣା ନ ହେବାରୁ ବର୍ତମାନର ବିଧାୟକ ଅଶୋକ ବଳ ଦ୍ୱନ୍ଦରେ ଅଛନ୍ତି ।

ଖଣ୍ଡପଡା ଆସନ

ଖଣ୍ଡପଡା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇନାହିଁ ।
କୁହାଯାଉଛି, ଖଣ୍ଡପଡା ଆସନ ପାଇଁ ବିଜେଡି ନିଷ୍ପତ୍ତି ନେଇପାରୁନାହିଁ ।

ଭଣ୍ଡାରୀପୋଖରୀକୁ ନେଇ ବିଜେପି ଏବେ ବି ଅଙ୍କ କଷୁଛି । ସେହିଭଳି ବେଗୁନିଆ, ବରୀ, ଘଷିପୁରା ଓ ଭୋଗରାଇରେ ପ୍ରାର୍ଥୀ ଘୋଷଣା ବାକିଅଛି । ନୀଳିଗିରି ପାଇଁ ଛକାପଞ୍ଝାରେ ଅଛନ୍ତି ବିଜେଡି-ବିଜେପି । ଏଠାରେ ଉଭୟ ଦଳ ପରସ୍ପରର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛନ୍ତି । ସେପଟେ ପ୍ରାର୍ଥୀ ଘୋଷଣା ପରେ ବିଦ୍ରୋହ ଦେଖାଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+