ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ; କୋଉଠି ମିଳିବ ଟିକେଟ ?
ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ରାଜ୍ୟ ରାଜନୀତିରେ ରୋଚକ ଖବର । ନିର୍ବାଚନ ପୂର୍ବରୁ ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି ନିକଟରେ ପୂର୍ବତନ ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।
ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି । ତେବେ ସେ ପ୍ରାର୍ଥୀ ହେବେ କି ନାହିଁ କିଛି ସ୍ପଷ୍ଟତା ଆସିନାହିଁ ।

ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ । ହେଲେ ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।
ସସ୍ମିତ ପାତ୍ର କହିଛନ୍ତି , ଆଜି ଏକ ଖୁସିର ଦିନ। ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜସେବୀ, ନାରୀ ସଶକ୍ତିକରଣ କ୍ଷେତ୍ରରେ ବି ତାଙ୍କ ଯୋଗଦାନ ଉଲ୍ଲେଖନୀୟ। ନିମକି ଫିଲ୍ମରେ ବର୍ଷାଙ୍କ ଭୂମିକା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା । ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି।
ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଗୋଟିଏ ସିନେମା ମଧ୍ୟ କରିଛି । ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି । ତା ଛଡା ସେ କାହା ବିରୋଧରେ ମଧ୍ୟ କୁହନ୍ତିନି, ତାଙ୍କ କାମ ହିଁ କଥା କୁହେ ।
ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ବୋଲି ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି । ତା ଛଡା ବିଜେଡିରେ ସାମିଲ ହେଇ ମୁଖ୍ୟମନ୍ତ୍ରୀ, ଭିକେ ପାଣ୍ଡିଆନ୍ ଏବଂ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ।












Click it and Unblock the Notifications