ଓଡ଼ିଶା ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ; ମେ' ୩ ଯାଏଁ ନାମାଙ୍କନ ଦାଖଲ, ମେ' ୪ରେ ଯାଞ୍ଚ

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ମେ' ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୫ ସଂସଦୀୟ କ୍ଷେତ୍ର ଯଥା ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କନ୍ଧମାଳ ଏବଂ ଆସିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ' ୩ରେ ନାମାଙ୍କନପତ୍ର ଦାଖଲ ଶେଷ ହୋଇ ୪ ରେ ଶେଷ ହେବ।

ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

Odisha Assembly Elections

ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ହେବ । ସେହିପରି କଣ୍ଟାବାଂଜିରେ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଓ ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଯାଏଁ ଭୋଟ ହେବ। ତେବେ ଅନ୍ୟ ୫ ବିଧାନସଭା କ୍ଷେତ୍ର ବଲାଙ୍ଗିର, ଟିଟିଲାଗଡ଼, ବୀରମହାରାଜପୁର, ସୋନପୁର, ଲୋଇସିଂହାରେ ସକାଳ ୭ଟାରୁ ୬ଟା ଯାଏ ଭୋଟ ହେବ।

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭଂଜନଗରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ହେବ । ଦଶପଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା, ବୌଦ୍ଧ ଓ କଣ୍ଟାମାଳରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ବାଲିଗୁଡ଼ାର ୧୫ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଜି.ଉଦୟଗିରିର ୮ଟି ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୫ଟା ଓ ଅନ୍ୟ ବୁଥରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ ହେବ। ଫୁଲବାଣୀରେ ୨୩ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ଓ ଅନ୍ୟ ପୋଲିଂ ବଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ହେବ। ତେବେ ଆସିକା ଲୋକସଭା କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।

ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୬.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୦୩.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୦୪.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୦୬.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୨୦.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+