ଆକାଶ, ସିଦ୍ଧାନ୍ତ ଓ ପ୍ରିୟଦର୍ଶୀଙ୍କୁ ମିଳିଲା ଟିକେଟ; କଟିଲା ଦୁଇ ବିଧାୟକଙ୍କ ଟିକେଟ
୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆମଦାନୀ ନେତାଙ୍କୁ ଟିକେଟ ଦେଇଛି ଦଳ । ବିଜେପି ଅଭିନେତା ଆକାଶ ଦାସନାୟକଙ୍କୁ କୋରେଇ ଆସନରୁ ଟିକେଟ୍ ଦେଇଛି । ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଆସନରୁ ଟିକେଟ୍ ଦେଇଛି ଦଳ । ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ବର ଉତ୍ତରରୁ ଟିକେଟ୍ ମିଳିଛି ।
ପ୍ରଥମ ପର୍ୟ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ୟ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଡଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି ।

ସେହିଭଳି ଘୋଷିତ ୧୧୨ ଆସନ ମଧ୍ୟରୁ ବିଜେପି ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟିଛି ଦଳ । ମାଲକାନଗିରି ଓ ବ୍ରହ୍ମଗିରିରୁ ୨ ବିଧାୟକଙ୍କର ଟିକେଟ କାଟିଛି ବିଜେପି ।
ଯେଉଁ ୩୫ଟି ବିଧାନସଭା ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ସେଗୁଡ଼ିକ ହେଲା- ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର,କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡା।












Click it and Unblock the Notifications